ବାରିପଦା(ମାଣିକ ଲାଲ ପାଣି): ଗିରଫ ପରେ ଜାମିନ୍ରେ ବାହାରିଲେ ବାରିପଦା ବିଧାୟକ ପ୍ରକାଶ ସୋରେନ । ବାରିପଦା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସନ୍ଧ୍ୟାରେ ଗିରଫ ହୋଇଥିବା ବିଧାୟକ ରାତିରେ ଜାମିନରେ ମୁକୁଳିଛନ୍ତି ।
ITDA ଅଫିସର ଶ୍ରୀ ଜେନା କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁବାର ସକାଳେ ବାରିପଦା ବିଧାୟକ ପ୍ରକାଶ ସୋରେନ ଫୋନ କରି ତାଙ୍କୁ ଡାକିଥିଲେ। ମାତ୍ର ଫିଲ୍ଡରେ ଥିବାରୁ ସେ ଦିନ ବେଳା ବିଧାୟକଙ୍କୁ ଦେଖା କରିବାକୁ ଯାଇ ପାରିନଥିଲେ। ସନ୍ଧ୍ୟାରେ ସେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ୍ ହାଉସ୍ ଯାଇଥିଲେ। ଅଭିଯୋଗ ଅନୁସାରେ ସେଠାରେ ବିଧାୟକ ଓ ତାଙ୍କର ୩ ସମର୍ଥକ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ରାତି ପ୍ରାୟ ସାଢ଼ ୮ଟାରେ ଶ୍ରୀ ଜେନା ଆହତ ହୋଇ ଘରକୁ ଫେରିଥିଲେ। ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସର୍କିଟ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ସେଠାରୁ ସିସିଟିଭି ଫୁଟେଜ୍ ଜବତ କରିବା ସହ ସର୍କିଟ ହାଉସ୍ର କର୍ମଚାରୀଙ୍କୁ ପଚରା ଉଚୁରା କରୁଛି।
ଅଧିକ ତଦନ୍ତ ନିମନ୍ତେ ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ବିଧାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସେଠାରେ ଜାମିନ ମିଳିବାରୁ ସେ ମୁକୁଳିଥିବା ଜଣାଯାଇଛି। ଦିନ ସାରା ବିଧାୟକଙ୍କ ସମର୍ଥମାନେ ଥାନା ବାହାରେ ଜଗି ରହିଥିବା ବେଳେ ରାତିରେ ଫୁଲମାଳ ପିନ୍ଧାଇ ତାଙ୍କୁ ପାଛୋଟି ନେଇଥିଲେ।
ଅନ୍ୟପଟେ ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ । ନିଜ ସଫେଇରେ ବିଧାୟକ ଏହି ଅଭିଯୋଗକୁ ମିଥ୍ୟା ଓ କଳପୋକଳ୍ପିତ ବୋଲି କହିଥିଲେ। ବିଭାଗୀୟ କାମ ତ୍ୱରାନ୍ୱିତ କରିବା ପାଇଁ ଡାକିଥିବା ବେଳେ ତାଙ୍କୁ ଗାଳି କରିଥିବା ସ୍ୱିକାର କରିଛନ୍ତି। କିନ୍ତୁ ମାଡ଼ ମାରିଥିବା କଥାକୁ ଅସ୍ୱିକାର କରିଛନ୍ତି।
The post ଗିରଫ ବିଧାୟକ ଜାମିନରେ ବାହାରିଲେ appeared first on Odisha Reporter.
from Odisha Reporter https://ift.tt/2Z7Q5hj
No comments:
Post a Comment