ଆଠଗଡ଼(ନିଳକଣ୍ଠ ଦୋରା): ଶାଶୁ ଘରେ ଛାଡ଼ି ଦେବାକୁ କହି ବାଇକ୍ରେ ନେଉଥିବା ଭାଉଜ ଓ ଝିଆରୀଙ୍କୁ ହାଣିଛନ୍ତି ସମ୍ପର୍କୀୟ ଦିଅର। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଦୁଆପଡା ଗାଁ ର କଳ୍ପନା ଗୋଛାୟତ ନାମ୍ନୀ ମହିଳା ଢେଙ୍କାନାଳ ସହର ନିକଟ ଏକ କଲେଜରେ ସୁଇପର ଭାବେ କାମ କରନ୍ତି। ଗତକାଲି ସେ ନିଜ ୬ ବର୍ଷର ଝିଅ ସହ ଶାଶୁ ଘର ଯିବାକୁ ବାହାରିଥିବା ବେଳେ ସମ୍ପର୍କୀୟ ଦିଅର ପହଞ୍ଚି ବାଇକ୍ରେ ନେଇ ଛାଡ଼ି ଦେବେ ବୋଲି କହିଥିଲେ।
ହେଲେ ଢେଙ୍କାନାଳ ପରିବର୍ତ୍ତେ ସେ ବାଇକ୍ରେ ମା’, ଝିଅଙ୍କୁ କଟକ ଅଭିମୁଖେ ଆଣିଥିଲେ। ଏହାପରେ ଆଠଗଡ ଘଣ୍ଟିଖାଲ ଦ୍ୱାରାବତୀପୁର ନିକଟରେ ହତ୍ୟା ଉଦ୍ୟମ କରିଥିଲେ। ଛୁରୀ ଦ୍ୱାରା ବାରମ୍ବାର ଆଘାତ କରିବାରୁ ଉଭୟ ମା’ ଝିଅ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି।
ସ୍ଥାନୀୟ ଲୋକେ ଓ ଖୁଣ୍ଟୁଣୀ ପୋଲିସ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡମେଡିକାଲକୁ ପଠାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି।
The post ବାଇକ୍ରେ ନେଉଥିଲେ, ମା’ ଝିଅଙ୍କୁ ହାଣି ଦେଲେ appeared first on Odisha Reporter.
from Odisha Reporter https://ift.tt/2G0jDag
No comments:
Post a Comment