ଲମତାପୁଟ(ଓଡିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟର କଡ୍ରି ଗାଁ ନିକଟରୁ ପୁଲିସ୍ ଏକ ଭ୍ୟାନରୁ ୬ଶହ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ।
ସୂଚନା ଅନୁସାରେ, କଡ୍ରି ଗାଁ ରାସ୍ତା ଦେଇ ଜଳାପୁଟରୁ ଜୟପୁରକୁ ଅଭିମୁଖେ ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଗତକାଲି ରାତିରେ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ କଡ୍ରି ଗାଁ ନିକଟରେ ଏକ ଗଞ୍ଜେଇ ବୋଝେଇ ଭ୍ୟାନକୁ ଠାବ କରିଥିଲା। ଭ୍ୟାନକୁ ଯାଞ୍ଚ କରିବା ବେଳେ ସେଥିରୁ ୬ଶହ କେଜି ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ୍ ଭ୍ୟାନ ସହିତ ଗଞ୍ଜେଇକୁ ଜବତ କରିଥିଲା। ରାତିର ସୁଯୋଗ ନେଇ ଗାଡ଼ି ଛାଡ଼ି ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ତେବେ ଗଂଜେଇ ଚାଲାଣର ଚେର କେଉଁ ଆଡ଼େ ଲମ୍ବିଛି ତାହାର ତଦନ୍ତ ଚାଲିଥିବା ପୁଲିସ୍ କହିଛି।
The post ଭ୍ୟାନରେ ନେଉଥିଲେ, ଧରା ପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/3jbj4Je
No comments:
Post a Comment