ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଛତିକୁଡ଼ା ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଅଭାବନୀୟ ଘଟଣା ଘଟିଛି। ବରୁଣ ସାହୁ ନାମକ ବ୍ୟକ୍ତିଙ୍କ କାର୍ ଘର ସମ୍ମୁଖରେ ଥୁଆ ହୋଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି କାର୍ରେ ନିଆଁ ଲଗାଇ ଦେଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ନିଆଁକୁ ଆୟତ୍ତ କଲା ବେଳକୁ କାର୍ର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଏନେଇ ବରୁଣ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ତେବେ ଦୁର୍ବୃତ୍ତମାନେ କାର୍ରେ ନିଆଁ ଲଗାଇବାର କାରଣ ଜଣାପଡ଼ି ନାହିଁ। ଗେଇଲେ ଜଣା ପଡ଼ିନାହିଁ ।
The post ପେଟ୍ରୋଲ ଢାଳି କାର୍ ଜାଳି ଦେଲେ appeared first on Odisha Reporter.
from Odisha Reporter https://ift.tt/3izmkxw
No comments:
Post a Comment