ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାମମନ୍ଦିର ନୂଆଗାଁ ଅଞ୍ଚଳରେ ଯୌତୁକ ପାଇଁ ବଧୁହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଦୀପ୍ତରଞ୍ଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ ।
ଗତ ୩ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ଝିଅକୁ ଶାଶୁ ଘର ଲୋକେ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ଜ୍ୟୋତିରାଣୀଙ୍କ ବାପଘର ଲୋକେ। ଏହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଏଥିପାଇଁ ଜ୍ୟୋତିରାଣୀ ନିଜ ବାପ ଘରକୁ କିଛି ମାସ ତଳେ ପଳାଇ ଆସିଥିଲେ। କିନ୍ତୁ ଶାଶୁଘର ଲୋକେ ପୁଣି ବୁଝାସୁଝା କରି ଜ୍ୟୋତିରାଣୀଙ୍କୁ ଘରକୁ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।
ଏନେଇ ଜ୍ୟୋତିରାଣୀଙ୍କ ବାପ ଘର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ଦିପ୍ତୀରଞ୍ଜନଙ୍କୁ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୁଲିସ୍ କହିଛି ।
The post ଯୌତୁକ ଲାଗି ବଧୁହତ୍ୟା ଅଭିଯୋଗ, ସ୍ୱାମୀ ଅଟକ appeared first on Odisha Reporter.
from Odisha Reporter https://ift.tt/35Li76y
No comments:
Post a Comment