ଜେଲ୍‌ରେ ଗୋଟିଏ ସେଲ୍‌ରେ ଏକା ରହୁଛନ୍ତି ରିଆ, ବେଡ୍ ନାହିଁ କି ତକିଆ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ଜେଲ୍‌ରେ ଗୋଟିଏ ସେଲ୍‌ରେ ଏକା ରହୁଛନ୍ତି ରିଆ, ବେଡ୍ ନାହିଁ କି ତକିଆ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କ୍ ଦିଗରେ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଓ ଏବେ ସେ ଜେଲ୍‌ରେ ଅଛନ୍ତି।

ରିଆଙ୍କୁ ମୁମ୍ବାଇର ଭାୟଖଲା ଜେଲ୍‌ରେ ରିଆଙ୍କୁ ରଖାଯାଇଛି। ଏହି ଜେଲ୍‌ଟି କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।

ଜେଲ୍‌ରେ ରିଆଙ୍କୁ ଏକୁଟିଆ ଏକ ସେଲ୍‌ରେ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ତିନୋଟି ଶିଫ୍‌ଟରେ ଦୁଇ ଜଣ ଲେଖାଏଁ କନଷ୍ଟେବଲ ତାଙ୍କୁ ଜଗି ରହୁଛନ୍ତି। ଯେମିତି କୌଣସି କଏଦୀ ତାଙ୍କୁ ଆକ୍ରମଣ କରିପାରିବେ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ରିଆ ରହୁଥିବା ସେଲ୍‌ରେ ସିଲିଂ ଫ୍ୟାନ୍ ନାହିଁ କି ବେଡ୍ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ଶୋଇବା ପାଇଁ ଏକ ଶପ ଦିଆଯାଇଛି। ତେବେ ତକିଆ ଦିଆଯାଇ ନାହିଁ। କୋର୍ଟ ଅନୁମତି ଦେଲେ ତାଙ୍କୁ ଟେବଲ୍‌ ଫ୍ୟାନ୍ ଯୋଗାଇ ଦିଆଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ଏହି ଜେଲ୍‌ରେ ଥିବା କଏଦୀ ଓ ବିଚାରାଧୀନ କଏଦୀମାନଙ୍କୁ ଏବେ କ୍ଷୀରରେ ହଳଦୀ ମିଶାଇ ଦିଆଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।

ରିଆ ଯେଉଁ ସେଲ୍‌ରେ ରହୁଛନ୍ତି, ତା’ପାଖ ସେଲ୍‌ରେ ରହୁଛନ୍ତି ଇନ୍ଦ୍ରାଣୀ ମୂଖାର୍ଜୀ। ନିଜ ଝିଅ ଶୀନା ବୋରା ହତ୍ୟା ଘଟଣାରେ ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।

ସୂଚନାଯୋଗ୍ୟ, ରିଆ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଗତକାଲି ପୁଣି ଖାରଜ ହୋଇଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ଗିରଫ ହେବା ପରେ ସେ ଜାମିନ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ। ଏହା ସହିତ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

The post ଜେଲ୍‌ରେ ଗୋଟିଏ ସେଲ୍‌ରେ ଏକା ରହୁଛନ୍ତି ରିଆ, ବେଡ୍ ନାହିଁ କି ତକିଆ ନାହିଁ appeared first on Odisha Reporter.



from Odisha Reporter https://ift.tt/2GXuMsJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages