ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ବଲିଉଡ୍ର ଅନେକ ସେଲେବ୍ରିଟି ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଫିଲ୍ମ ସେନ୍ସର ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବଲିଉଡ୍ର ଜଣାଶୁଣା ପ୍ରଡ୍ୟୁସର ପହଲାଜ ନିହଲାନୀ।
ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି ଯେ କଙ୍ଗନା ବଲିଉଡ୍କୁ ବଦନାମ କରୁଛନ୍ତି। ବଲିଉଡ୍ରେ କେହି ମାଫିଆ ନାହାନ୍ତି। ବଲିଉଡ୍ରେ ମାଫିଆ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବଲିଉଡ୍ ସହିତ ଜଡ଼ିତ ଲୋକଙ୍କୁ କାହିଁକି ଡାକୁଥିଲେ?
ପହଲାଜ ନିହଲାନୀ ଆହୁରି କହିଛନ୍ତି ଯେ କଙ୍ଗନା ଆଉ କାହା ଦ୍ୱାରା ଲେଖାଯାଉଥିବା ସ୍କ୍ରିପ୍ଟ ପଢ଼ୁଛନ୍ତି। ମୁଁ କଙ୍ଗନାଙ୍କୁ ୨୦୦୫ରେ ସୁଯୋଗ ଦେଇଥିଲି। କିନ୍ତୁ ସେ ମୋତେ ଧୋକା ଦେଇଥିଲେ। ମହେଶ ଭଟ୍ଟ କଙ୍ଗନାଙ୍କୁ ସୁଯୋଗ ଦେଇଥିଲେ। ଏବେ ସେ ମହେଶ ଭଟ୍ଟଙ୍କୁ ଗାଳି କରୁଛନ୍ତି। ଯେଉଁମାନେ ତାଙ୍କୁ ସୁଯୋଗ ଦେଇଛନ୍ତି, ସମସ୍ତଙ୍କୁ ସେ (କଙ୍ଗନା) ଗାଳି କରୁଛନ୍ତି।
ସେହିପରି କଙ୍ଗନାଙ୍କ ଅଫିସ୍ ଭଙ୍ଗା ଯିବା ନେଇ ବି ପ୍ରତିକ୍ରିୟା ରଖିଛନ୍ତି ପହଲାଜ ନିହଲାନୀ। ସେ କହିଛନ୍ତି ଯେ ବହୁତ କୋଠା ବେଆଇନ ଭାବେ ନିର୍ମାଣ ହୋଇଛି। ବିଏମ୍ସି କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ୟା ପୂର୍ବରୁ ଶତ୍ରୁଘ୍ନ ସିହ୍ନାଙ୍କ ଘର ଭଙ୍ଗା ଯାଇଥିଲା। କିନ୍ତୁ ସେତେବେଳେ କେହି କିଛି କହି ନଥିଲେ।
The post ବର୍ଷିଲେ ଜଣାଶୁଣା ପ୍ରଡ୍ୟୁସର; କହିଲେ- କଙ୍ଗନା ବଲିଉଡ୍କୁ ବଦନାମ କରୁଛନ୍ତି appeared first on Odisha Reporter.
from Odisha Reporter https://ift.tt/2RdFn4i
No comments:
Post a Comment