ସ୍କୁଲ ଫି ଛାଡ ପାଇଁ ସହମତି, ଜାଣନ୍ତୁ, କେତେ ପ୍ରତିଶତ କମିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ସ୍କୁଲ ଫି ଛାଡ ପାଇଁ ସହମତି, ଜାଣନ୍ତୁ, କେତେ ପ୍ରତିଶତ କମିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ୩୦ ପ୍ରତିଶତ ଛାଡ ହୋଇପାରେ।  କୋଭିଡ୍ ସ୍ଥିତିରେ ପ୍ରାୟ ୬ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡିଛି । ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ  ସର୍ବାଧିକ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ସହମତି ହୋଇଛି ।

ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଭିଭାବକ ସଂଘ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଦାବି କରୁଥିବାବେଳେ ଏହା ସମ୍ଭବ ନଥିବା କହିଥିଲା ଘରୋଇ ସ୍କୁଲ ସଂଘ ।

ଏହାପରେ ରାଜସ୍ଥାନ ସରକାର ଯେଉଁ ଢାଞ୍ଚାରେ ସ୍କୁଲ ଫି ଛାଡ କରିଛନ୍ତି ସେହି ବ୍ୟବସ୍ଥାରେ ଓଡ଼ିଶାରେ ମଧ୍ୟ ଫି ଛାଡ  କରାଯିବାକୁ ନେଇ  ସହମତି ହୋଇଛି । ସ୍କୁଲ ଫି ଛାଡ଼ ପାଇଁ ଘରୋଇ ସ୍କୁଲଗୁଡିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଅକ୍ସିଲାରି ଫିକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ବି ପ୍ରସ୍ତାବ ଦିଆଯାଇଛି ।

The post ସ୍କୁଲ ଫି ଛାଡ ପାଇଁ ସହମତି, ଜାଣନ୍ତୁ, କେତେ ପ୍ରତିଶତ କମିବ appeared first on Odisha Reporter.



from Odisha Reporter https://ift.tt/3hkpowf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages