ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରକୁ ବୋମା ମା଼ଡ଼। କେବଳ ଏତିକି ନୁହେଁ ଜୀବନ ବିକଳରେ ଦୌଡ଼ି ପଳାଉଥିବା ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବୋମକେଇ ଗାଁରେ ଜଣେ ଯୁବକଙ୍କୁ ଏପରି ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକଙ୍କ ନାଁ କ୍ରିଷ୍ଣା ପ୍ରଧାନ ଓରଫ ପିଙ୍କୁ ।
ପିଙ୍କୁ ନିଜ ସାଙ୍ଗ ସହ ଯାଉଥିବା ବେଳେ ଗାଁ ଶିବ ମନ୍ଦିର ନିକଟରେ ଥିବା କିଛି ଯୁବକ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ପିଙ୍କୁ ଜୀବନ ବିକଳରେ ଦୌଡ଼ି ପଳାଇବା ବେଳେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ ଦୁର୍ବୃତ୍ତ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏ ଘଟଣା ପରେ ବୋମକେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ଦୁଇ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି।
The post ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.
from Odisha Reporter https://ift.tt/2DSjSmG
No comments:
Post a Comment