ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ସୋରିଷ ତେଲରେ ଅନ୍ୟାନ୍ୟ ଖାଇବା ତେଲ ମିଶାଇବା ବେଆଇନ୍। ସୋରିଷ ତେଲର ବ୍ୟବହାରକୁ ସୁରକ୍ଷିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏଭଳି ପଦକ୍ଷେପ ନେଇଛି। ଅକ୍ଟୋବର ଏକ ପାଖରୁ ଏହି ନିୟମ ଲାଗୁ ହେବ ବୋଲି ଏଫଏସଏସଏଆଇ (FSSAI) କହିଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏଫଏସଏସଏଆଇ ଏଭଳି ନିଷ୍ପତ୍ତି ନେଇଛି। ସୋରିଷ ତେଲର ଶୁଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ FSSAI ଏଭଳି ନିଷ୍ପତ୍ତି ନେଇଛି। ବଜାରରେ ବିକ୍ରି ହେଉଥିବା ଅନେକ ସୋରିଷ ତେଲରେ ଅପମିଶ୍ରଣ ସହିତ ଅନ୍ୟାନ୍ୟ ତେଲ ମିଶୁଥିବା ଅଭିଯୋଗ ରହିଥିଲା। ଏହାପରେ ଘରୋଇ ବ୍ୟବହାର ପାଇଁ ଅଧିକାଂଶ ବ୍ୟବହାର ହେଉଥିବା ସୋରିଷ ତେଲର ଅପମିଶ୍ରଣକୁ ରୋକିବ ପାଇଁ ଏଭଳି ଠୋସ୍ ପଦକ୍ଷେପ ନେଇଛନ୍ତି।

ଏବେ FSSAI ଫୁଡ କମିଶନରଙ୍କୁ ସୋରିଷ ତେଲର ଶୁଦ୍ଧତା ପରୀକ୍ଷା କରି ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ରିଫାଇନ୍ ଏବଂ ଅନ୍ୟାନ୍ୟ ତେଲରେ ଅରୟଜନୋଲ (oryzanol) ରହିଥାଏ। ତେଣୁ ସୋରିଷ ତେଲରେ ଏହି oryzanol ରହିଛି କି ନାହିଁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଏହି oryzanol ଚାଉଳରୁ ତିଆରି ହୋଇଥାଏ। ହାଇ କୋଲେଷ୍ଟ୍ରଲ ଏବଂ ଶୀଘ୍ର ବାର୍ଦ୍ଧକ୍ୟ ଲକ୍ଷଣ ପାଇଁ oryzanolକୁ ଦାୟୀ କରାଯାଏ। କିଛି ଲୋକ ଏହାକୁ ଟେଷ୍ଟୋଷ୍ଟେରନ୍ ଏବଂ ମଣିଷର ହରମୋନ୍ ସ୍ତର ବୃଦ୍ଧି କରିବା ସହିତ ବ୍ୟାୟାମ ପ୍ରଶିକ୍ଷଣ ବେଳେ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରନ୍ତି |

ଏବେ ନୂଆ ନିୟମ ଅନୁଯାୟୀ ଯେଉଁ ସୋରିଷ ତେଲ ଘରୋଇ ରୋଷେଇରେ ବ୍ୟବହାର ହେବ ସେଥିରେ ସୋରିଷ ସହିତ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣର ନୂଆ ତାଲିକା ଜାରି କରିବେ ସରକାର।

The post ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍ appeared first on Odisha Reporter.



from Odisha Reporter https://ift.tt/367v2zN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages