ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ଟ୍ରେନ୍

ବ୍ରହ୍ମପୁର(ଓଡ଼ି ରିପୋର୍ଟର): କୋଭିଡ୍ କଟକଣା ସମୟରେ ବ୍ରହ୍ମପୁର ଷ୍ଟେସନ୍‌ରେ ଟ୍ରେନ୍ ରହଣି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଛନ୍ତି ରାଜ୍ୟ ସରକାର। ଫଳରେ ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ରହିବ ଟ୍ରେନ୍ ।  ଏନେଇ ଇଷ୍ଟକୋଷ୍ଟ ରେଲୱେକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଅନ୍‌ଲକ୍‌ ପରିସ୍ଥିତିରେ ଟ୍ରେନ ରହଣି ବନ୍ଦ କରିବା ଉଚିତ୍ ହେବନି ବୋଲି ସରକାର କହିଛନ୍ତି ।

ତେଣୁ ଏଣିକି ଭୁବନେଶ୍ୱର ଏବଂ   ଆନ୍ଧ୍ରରୁ ଆସୁଥିବା ଟ୍ରେନ୍ ବ୍ରହ୍ମପୁରରେ ରହିବ ।  ସେହିପରି ଜିଲ୍ଲାର ଅନ୍ୟ ଷ୍ଟେସନ୍‌ରେ ବି ଟ୍ରେନ୍ ଅଟକିବା ନେଇ ବ୍ୟବସ୍ଥା ହେବ ।  ତେବେ କେଉଁ କେଉଁ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ଅଟକିବ ସେ ନେଇ ରେଲୱେ  ପକ୍ଷରୁ ସୂଚନା ଏବେ ଜାରି କରାଯାଇନି।

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଟ୍ରେନ୍ ରହଣୀ ଉପରେ ପ୍ରତିବନ୍ଧକ  ଲଗାଯାଇଥିଲା। ।  ହେଲେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପୁଣି ଥରେ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି।

The post ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ଟ୍ରେନ୍ appeared first on Odisha Reporter.



from Odisha Reporter https://ift.tt/3kQ5cVa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages