ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ

ନୂଆପଡ଼ା(ମାୟାଧର ସରାଫ):  ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି।

ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ,  ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍‌ ଆଗରୁ ଜଗି ରହିଥିଲା । ବାଇକ୍‌ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୨୫ ଲକ୍ଷ ହେବ ।

ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ନୂତନ ପଟେଲ ବୋଲି ଏସପି ଜଣାଇଛନ୍ତି । ତାଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରା ଯାଇଛି । ହେଲେ ଏହି ହୀରା କେଉଁଠିକୁ ଯାଉଥିଲା, ଏହା ପଛରେ ରାକେଟ ଅଛି କି ନାହିଁ ସେ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।

The post ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3i70WzA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages