ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ୍ ରବିବାର ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢ଼ାଉ କରି ଏକ ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହା ସହିତ ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ କାର୍କୁ ବି ଜବତ କରିଛି ପୁଲିସ୍।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ନାସିରୁଦ୍ଦିନ ଖାଁ, ନୂର୍ ଇସ୍ଲାମ୍, ଗୁଲଶନ୍ ମଲ୍ଲିକ ଓ ବିଜୟ ସିଂହ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ଆଗ୍ରା ଅଞ୍ଚଳର ବାସିନ୍ଦା।
ଅଭିଯୁକ୍ତମାନେ ଆର୍.ଉଦୟଗିରି ଅଞ୍ଚଳରୁ ଟ୍ରକ୍ ଯୋଗେ ଗଞ୍ଜେଇ ନେଇ ଆଗ୍ରା ଯାଉଥିବା ମୋହନା ପୁଲିସ୍ ଖବର ପାଇଥିଲା। ଏହା ପରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଶିକୁଳିପଦର-ପଥରଗଡ଼ ରାସ୍ତାରେ ଚଢ଼ାଉ କରିଥିଲା ଓ ଉକ୍ତ ଟ୍ରକ୍କୁ ଯାଞ୍ଚ କରିଥିଲା।
ତଲାସି ବେଳେ ଟ୍ରକ୍ରୁ ୧୯ ବସ୍ତା ଗଞ୍ଜେଇ ମିଳିଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
The post ଟ୍ରକ୍ରେ ଲଦି ଆଗ୍ରା ନେଉଥିଲେ, ଧରିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3lQAFro
No comments:
Post a Comment