ନୂଆଦିଲ୍ଲୀ: ପରଲୋକରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାପା ଶ୍ରୀକୃଷ୍ଣ ବିର୍ଲା। ବିଳମ୍ବିତ ରାତିରେ ଓମ୍ ବିର୍ଲାଙ୍କ ବାପାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଜି ରାଜସ୍ଥାନ କୋଟାର କିଶୋରପୁରାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶ୍ରୀକୃଷ୍ଣ ବିର୍ଲା ଜଣେ ସରକାରୀ କର୍ମଚାରୀ ଥିଲେ। ସେ ସେଲ୍ ଟ୍ୟାକ୍ସ ବିଭାଗରୁ ଅବସର ନେଇଥିଲେ।
ଓମ୍ ବିର୍ଲା କୋଟାର ଲୋକସଭା ସାଂସଦ। ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ ଓମ୍ ବିର୍ଲା ସମସ୍ତ କାମ ବାତିଲ କରି ଘରକୁ ପଳାଇ ଆସିଥିଲେ। ଓମ୍ ବିର୍ଲାଙ୍କ ବାପା କୋଟାର ଜଣେ ବରିଷ୍ଠ ସାମାଜିକ କର୍ମୀ ଥିଲେ।
The post ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା appeared first on Odisha Reporter.
from Odisha Reporter https://ift.tt/3cF7m76
No comments:
Post a Comment