୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ

ଚେନ୍ନାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯଦିଓ ପଶ୍ଚିମବଙ୍ଗ ଅକ୍ଟୋବରରୁ ସିନେମା ହଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ହେଲେ ତାମିଲନାଡୁ ସରକାର ମଙ୍ଗଳବାର ଦିନ ୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏଥି ସହିତ, ଅକ୍ଟୋବର ୧ରୁ ଦଶମରୁ ଦ୍ୱାଦଶ ଶ୍ରେଣୀ  ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲକୁ ସ୍ୱେଚ୍ଛାକୃତ ଭାବରେ ଆସି ପାରିବା ସମ୍ବନ୍ଧୀୟ ପୂର୍ବ ଆଦେଶ ଉପରେ ମଧ୍ୟ ସରକାର ପୂର୍ବରୁ ରୋକ୍ ଲଗାଇଛନ୍ତି। ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତାମିଲନାଡୁ ରହିଛି। 

ଅଭିଭାବକଙ୍କ ବିରୋଧ ପରେ ସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦେବା ପାଇଁ ଯୋଜନା ସ୍ଥଗିତ ରଖିଛନ୍ତି। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ମନା କରିଦେଇଥିଲେ। ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଡାକ୍ତରୀ ଦଳଙ୍କ ସହ ବୈଠକର ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି।

ସେହିପରି ଶିକ୍ଷାନୁଷ୍ଠାନ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ବନ୍ଦ ରହିବ ଏବଂ ଉପାନ୍ତ ସହରରେ ଟ୍ରେନ୍ ସେବା ସ୍ଥଗିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି।

The post ୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/2G9xJ9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages