ଏନସିବି ରାଡାରରେ ଦୀପିକାଙ୍କ ସମେତ ବଲିଉଡର ୫୦ ତାରକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ଏନସିବି ରାଡାରରେ ଦୀପିକାଙ୍କ ସମେତ ବଲିଉଡର ୫୦ ତାରକା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ସାରା ଦେଶ ଚକିତ ହୋଇଯାଇଛି। ବଲିଉଡ୍ ପାର୍ଟିରେ ଡ୍ରଗ୍ସ ବ୍ୟବହାର ହେଉଥିବା ପର୍ଦ୍ଦାଫାଶ ହେବା ପରେ ବଡ଼ ବଡ଼ ତାରକାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ମାମଲାର ତଦନ୍ତ କରୁଥିବା ଏନସିବି ରାଡାରରେ ବର୍ତ୍ତମାନ ବଲିଉଡର ୫୦ ତାରକାଙ୍କ ନାଁ ରହିଛି। ନିକଟରେ ଏନସିବି ଦୁଇଟି ମାମଲା ମଧ୍ୟ ରୁଜୁ କରିଛି।

କୁହାଯାଉଛି, ନିର୍ଦ୍ଦେଶକ କ୍ଷୀତିଜ ପ୍ରସାଦଙ୍କୁ ୧୬/୨୦ ମାମଲାରେ ଏନସିବି ସମନ କରିଛି। କ୍ଷୀତିଜଙ୍କୁ ଆଜି ହାଜର ହେବାକୁ ସମନ ଦିଆଯାଇଛି। ହେଲେ ସେ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ହାଜର ହେବେ ବୋଲି ଜଣାପଡ଼ିଛି। କାରଣ ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଶୁକ୍ରବାର ସକାଳ ୧୧ରେ ବେଳେ ଏନସିବି ନିକଟରେ କ୍ଷୀତିଜ ହାଜର ହେବେ।

ସୂଚନା ଥାଉ କି, ବଲିଉଡ୍ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ୨୦୧୯ରୁ କ୍ଷୀତିଜ୍ ଏକଜିକ୍ୟୁଟିଭ୍ ପ୍ରଡ୍ୟୁସର ବା କାର‌୍ୟ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି। ସେ ଏକତା କପୁରଙ୍କ ପ୍ରଡକ୍ସନ ହାଉସ ବାଲାଜୀ ସହ ମଧ୍ୟ କାମ କରିଛନ୍ତି। ନିକଟରେ ରିଲିଜ୍ କୋଙ୍କଣା ସେନ ଶର୍ମା ଏବଂ ଭୂମି ପାଡନେକର ଅଭିନୀତ ଫିଲ୍ମ ‘ଡଲି କିଟ୍ଟି ଔର୍ ଓ୍ୱ ଚମକତେ ସିତାରେ’ର ପ୍ରଯୋଜକ ଥିଲେ କ୍ଷୀତିଜ୍ ।

ତେବେ ତାଙ୍କୁ ଦୀର୍ଘ ଦିନ ହେଲା ଖୋଜାଯାଉଥିଲେ ହେଁ ତାଙ୍କର କୌଣସି ଖବର ମିଳୁ ନ ଥିଲା ବୋଲି କୁହାଯାଉଛି। କାରଣ ସେ ୧୦ ଦିନ ହେଲା ଦିଲ୍ଲୀରେ ଥିଲେ। ଖୋଳତାଡ଼ କରୁ କରୁ ଏନସିବି ତାଙ୍କ ଘରେ ପହଞ୍ଚିଥିଲା। କ୍ଷୀତିଜ୍ ଶୁକ୍ରବାର ଏନସିବି ନିକଟରେ ହାଜର ହେବେ।

୧୫/୨୦ ମାମଲାରେ ସୁଶାନ୍ତ ସିଂହ ରାଜପୁତ ଏବଂ ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ୍, ସିମୋନ୍ ଖମ୍ବାଟା ଏବଂ ରକୁଲ ପ୍ରୀତ୍ ସିଂହଙ୍କୁ ଜେରା କରିବ ଏନସିବି। ଏ ସମସ୍ତଙ୍କ ନାମ ଜୟା ଶାହାଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି।

ସେହିପରି ୧୬/୨୦ ମାମଲାରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନଙ୍କ ନାଁ ରହିଛି। ଏମାନଙ୍କୁ ମଧ୍ୟ ଏନସିବି ସମନ କରିଛି। ଉଭୟଙ୍କୁ ଏନସିବି ପଚରାଉଚରା କରିବ। ଏମାନଙ୍କ ନାଁ ସହ ଅନ୍ୟ କେତେଜଣ ଡ୍ରଗ୍ସ ପେଡଲର୍ସଙ୍କ ନାଁ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ବେଳେ ସାମ୍ନାକୁ ଆସିଥିଲା।

କୁହାଯାଉଛି, ଦୀପିକା ପାଦୁକୋନ୍, ସିମୋନ୍ ଏବଂ ରକୁଲ ପ୍ରୀତଙ୍କୁ ମୁମ୍ବାଇ କୋଲମ୍ବା ସ୍ଥିତ ଏନସିବି ଗେଷ୍ଟ ହାଉସରେ ପଚରାଉଚରା କରାଯିବ। ତେବେ ସାରା ଏବଂ ଶ୍ରଦ୍ଧାଙ୍କୁ ଏନସିବି ଜୋନାଲ ଅଫିସରେ ପଚରାଉଚରା କରାଯିବ। ଏହାସହ ବଲିଉଡ୍ ପାର୍ଟିଗୁଡ଼ିକର ମଧ୍ୟ ତଦନ୍ତ କରିବ ଏନସିବି। କାରଣ ଏନସିବି ରାଡାରରେ ରହିଛନ୍ତି ବଲିଉଡର ୫୦ ଜଣ ଜଣାଶୁଣା ନିର୍ଦ୍ଦେଶକ, ଅଭିନେତା-ଅଭିନେତ୍ରୀ, ପ୍ରଯୋଜକ, ଯେଉଁମାନେ ଡ୍ରଗ୍ସ ପାର୍ଟି ଆୟୋଜନ କରିଥାନ୍ତି।

The post ଏନସିବି ରାଡାରରେ ଦୀପିକାଙ୍କ ସମେତ ବଲିଉଡର ୫୦ ତାରକା appeared first on Odisha Reporter.



from Odisha Reporter https://ift.tt/2Eu82Q7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages