ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ପୁଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ ହେବେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏପରି କହିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
ଏଥିସହ କମିଶନର କହିଛନ୍ତି, “ତଦନ୍ତ ଠିକ ଭାବେ ଚାଲିଛି, ଠିକ ସମୟ ଆସିଲେ ଏ ସମ୍ପର୍କରେ କହିହେବ। ଏବେ ସେନେଇ କିଛି ବକ୍ତବ୍ୟ ରଖିବା ତଦନ୍ତକୁ ପ୍ରଭାବିତ କରିବ । ସତ୍ୟତା ଏବଂ ପ୍ରମାଣ ଭିତ୍ତିରେ ଯାହା କିଛି ନିଷ୍ପତ୍ତି ନିଆଯିବ। ତଦନ୍ତ ସେଭଳି ସ୍ତରରେ ପହଞ୍ଚି ନିର୍ଯ୍ୟାସ ବାହାରିଲେ ଅଦାଲତଙ୍କୁ ଜଣାଇବୁ ।”
ତେବେ ସଂପୃକ୍ତ ପୋଲିସଙ୍କୁ ଚିହ୍ନଟ ହୋଇଛି କି ନାହିଁ ପ୍ରଶ୍ନରେ କିଛି କହିଲେନି କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୦ ତାରିଖରେ ଏତଲା ଦେଇଥିଲେ ନାବାଳିକାଙ୍କ ମା’। ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ଯେ, ଘଟଣାରେ ଗଣମାଧ୍ୟମର କର୍ମଚାରୀଙ୍କ ସହିତ ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଅଛନ୍ତି ।
ତେବେ ଏହା ଭିତରେ ପ୍ରାୟ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ପୋଲିସ କର୍ମଚାରୀ କିଏ, ତାହା ଚିହ୍ନଟ ହୋଇପାରିନାହିଁ । କେବଳ ଓଟିଭିର କର୍ମଚାରୀଙ୍କୁ ବାରମ୍ବାର ମହିଳା ଥାନାକୁ ଡାକି ଜେରା କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କେମିତି ନିଜ କର୍ମଚାରୀଙ୍କୁ ପୁଲିସ ଚିହ୍ନଟ କରିପାରିପାରିନାହିଁ, ସେ ନେଇ ପ୍ରଶ୍ନ ଉଠିଛି ।
The post ଅଭିଯୁକ୍ତ ପୁଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ-ସିପି appeared first on Odisha Reporter.
from Odisha Reporter https://ift.tt/32ZkZuo
No comments:
Post a Comment