ନିଶା ସ୍ପ୍ରେ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ନିଶା ସ୍ପ୍ରେ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରୁ ଗତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି।  ନାଲକୋ ପ୍ଲାଣ୍ଟର ଜଣେ ଠିକା କର୍ମଚାରୀ ବିକ୍ରମ କେଶରୀ ସାହୁଙ୍କ ଘରୁ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବିକ୍ରମ ଡ୍ୟୁଟି ପଳାଇଥିବା ବେଳେ  ଘରେ ଥିବା ତାଙ୍କ ୨ ଭଉଣୀ ଉପରକୁ ନିଶା ସ୍ପ୍ରେ କରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି । ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ କରୁଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇପାରିନି।

ସୂଚନା ଅନୁଯାୟୀ,  ବିକ୍ରମ ନାଲକୋ ପ୍ଲାଣ୍ଟରେ ଠିକା କର୍ମଚାରୀ ରୂପେ କାର୍ଯ୍ୟ କରିଥାନ୍ତି । ଗତକାଲି ତାଙ୍କର ନାଇଟ ଡ୍ୟୁଟି ଥିବାବେଳେ ସେ ପ୍ଲାଣ୍ଟ ଯାଇଥିଲେ । ଘରେ ତାଙ୍କର ଦୁଇ ଭଉଣୀ ପଦ୍ମାବତୀ ଓ ଇନ୍ଦୁମତି ଥିଲେ ।  ସେମାନେ ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ୪ଜଣ ଦୁର୍ବୁତ୍ତ ଘରେ ପଶିଥିଲେ । ସେମାନଙ୍କ ଶବ୍ଦ ଶୁଣି ୨ ଭଉଣୀ ଉଠି ପଡ଼ିବାରୁ ୪ ଦୁର୍ବୁତ୍ତ ସେମାନଙ୍କ ଉପରକୁ ନିଶା ସ୍ପ୍ରେ କରି ଦେଇଥିଲେ। ଫଳରେ ଉଭୟ ଅଚେତ ହୋଇଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ।

ରାତି ପ୍ରାୟ ୩ଟା ସମୟରେ ଚେତା ଫେରିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇ ୨ ଭଉଣୀ  ଭାଇଙ୍କୁ  ଫୋନ୍‌ କରିଥିଲେ।   ଏହା ପରେ ବିକ୍ରମ ପ୍ଲାଣ୍ଟରୁ ଘରକୁ ଫେରିବା ସହ ନାଲକୋ   ପୁଲିସ୍‌କୁ ଅବଗତ କରାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ଟେର ପାଇପାରିନି।

The post ନିଶା ସ୍ପ୍ରେ କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା appeared first on Odisha Reporter.



from Odisha Reporter https://ift.tt/3ifxgQV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages