୫ ନକ୍ସଲ ନିହତ, ୨ ଏସ୍‌ଓଜି ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

୫ ନକ୍ସଲ ନିହତ, ୨ ଏସ୍‌ଓଜି ଯବାନ ସହିଦ

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି-କନ୍ଧମାଳ ସୀମାରେ ଗତକାଲି ହୋଇଥିବା ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆଜି କଳାହାଣ୍ଡି ଜିଲ୍‌ଊ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ସହିଦ ଯବାନ ଦ୍ୱୟ ହେଲେ- ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ (୨୭)। ସହିଦ ସୁଧୀରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁରେ। ସେହିଭଳି ସହିଦ ଦେବାଶିଷଙ୍କ ଘର ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଥାନା ଅନ୍ତର୍ଗତ ଅଙ୍ଗପଡ଼ାରେ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡୁଦୁକା ରଂଜା ଚିଦ୍ରା ଓ କନ୍ଧମାଳ ସୀମା ଭଣ୍ଡରଙ୍ଗୀ ନିକଟସ୍ଥ ସିର୍କୀ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଏସଓଜି ଓ ଡିଭିଏଫ ଯବାନମାନେ ମିଳିତ ସର୍ଚ୍ଚ ଅପରେଶନ୍‌ରେ ଯାଇଥିଲେ। ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ନକ୍ସଲଙ୍କ ସହିତ ଏହି ଯବାନଙ୍କ ମୁହାଁମୁହିଁ ହୋଇଥିଲା।

ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ଘଞ୍ଚ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ପରେ ପୁଲିସ ଉକ୍ତ ଜଙ୍ଗଲରୁ ୫ ନକ୍ସଲଙ୍କ ମୃତଦେହ ଜବତ କରିଥିଲା। ତା’ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲା। ତେବେ ଏହି ଗୁଳିବିନିୟମ ବେଳେ ଦୁଇ ଜଣ ଏସ୍‌ଓଜି ଯବାନ ସହିଦ ହୋଇଯାଇଥିଲେ।

The post ୫ ନକ୍ସଲ ନିହତ, ୨ ଏସ୍‌ଓଜି ଯବାନ ସହିଦ appeared first on Odisha Reporter.



from Odisha Reporter https://ift.tt/2R9Bopp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages