ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କ ଜୀବନ ନେଲା କରୋନା। ସେ ହେଲେ ଇନ୍ସପେକ୍ଟର ବିଜୟାନନ୍ଦ କରକରା। ସେ ବଲାଙ୍ଗିର ଏସ୍ପି ଅଫିସ୍ର କୋଭିଡ୍ କଣ୍ଟ୍ରୋଲରୁମ୍ ଦାୟିତ୍ୱରେ ଥିଲେ।
ଗତ ୧୦ ତାରିଖରେ ଗୁରୁତର କରକରାଙ୍କର ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ଓ ହସପିଟାଲ୍ରେ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର (ଗତକାଲି) ତାଙ୍କର ମୃତ୍ୟୁ ଘଟିଛି।
ସ୍ୱର୍ଗତ ବିଜୟାନନ୍ଦ କରକରା ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଭାବେ ଜଣାଶୁଣା ଥିଲେ। ସେ ପୂର୍ବରୁ ବଲାଙ୍ଗିର ଟାଉନ୍ ଥାନା, ଟିଟିଲାଗଡ଼ ଥାନା ଏବଂ କଣ୍ଟାବାଞ୍ଜି ଥାନାରେ କାର୍ଯ୍ୟ କରିଥିଲେ। ଗତ କିଛି ମାସ ତଳେ ତାଙ୍କୁ ବଲାଙ୍ଗିର ଏସ୍ପି ଅଫିସକୁ ବଦଳି କରି ଅଣାଯିବା ସହିତ କୋଭିଡ୍ କଣ୍ଟ୍ରୋଲ୍ ରୁମ୍ ଇନ୍ଚାର୍ଜ ଦାୟିତ୍ୱ ଦିଆଯାଇଥିଲା।
The post କରୋନାରେ ଚାଲିଗଲେ ପୁଲିସ୍ ଇନ୍ସପେକ୍ଟର appeared first on Odisha Reporter.
from Odisha Reporter https://ift.tt/3hyazGk
No comments:
Post a Comment