ୱାଶିଂଟନ୍: ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ ସର୍ବଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପରେ ବ୍ରାଜିଲ୍ ରହିଛି। ଖବର ସରବାରହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୩୩,୦୧୮,୮୭୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସାରା ବିଶ୍ୱରେ ୧,୦୦୦,୦୦୯ ଜଣ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି।
ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପାେର୍ଟ ଅନୁଯାୟୀ, ଆମେରିକା ଏପର୍ଯ୍ୟନ୍ତ ୭,୦୯୩,୨୮୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୨୦୪,୬୦୬ ଲୋକଙ୍କର ମୃତ୍ୟୁ ହୋଇଛି।
ସେହିପରି ଭାରତରେ ପ୍ରାୟ ୬୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି। ତେବେ ଭାରତରେ ଆରୋଗ୍ୟ ହାର ୮୨.୪୬ ପ୍ରତିଶତ ରହିଛି।
ଭାରତରେ ଆରୋଗ୍ୟ ସଂଖ୍ୟା ୪୯,୪୧,୬୨୭କୁ ବୃଦ୍ଧି ପାଇଛି ଏବଂ ଏଯାବତ ୯,୫୬,୪୦୨ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହାର ୧.୫୮ ପ୍ରତିଶତରେ ରହିଛି।
The post ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/33dgmgN
No comments:
Post a Comment