ନ୍ୟୁୟର୍କ: ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଛି ଚୀନ୍। ଯେଉଁ ଟିକା ଏଯପର୍ଯ୍ୟନ୍ତ ସୁରକ୍ଷିତ ବୋଲି ଘୋଷଣା ହୋଇନି ସେହି ଟିକାକୁ ହଜାର ହଜାର ଲୋକଙ୍କ ଶରୀରରେ ପ୍ରୟୋଗ କରିଛି ଚୀନ ସରକାର। ସରକାରୀ ଅଧିକାରୀ-କର୍ମଚାରୀ, ଶ୍ରମିକ, ଟିକା କମ୍ପାନୀର କର୍ମଚାରୀ, ଶିକ୍ଷକ, ଦୋକାନୀ ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ଯାତ୍ରା କରୁଥିବା ଲୋକଙ୍କୁ ଏହି ଅସୁରକ୍ଷିତ ଟିକା ଦିଆଯାଉଛି।
ଏହି ଚାଇନିଜ୍ କରୋନା ଟିକା ସୁରକ୍ଷିତ ବୋଲି ବିଶ୍ୱ ସ୍ତରରେ ପ୍ରମାଣିତ ହୋଇନାହିଁ। ଏହା ସତ୍ତ୍ୱେ ହଜାର ହଜାର ଲୋକଙ୍କୁ ଟିକା ଦିଆଯାଉଛି। ସବୁଠୁ ବଡ଼ କଥା ହେଲା ଏହି ଟିକା ନେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଏକ ଚୁକ୍ତିରେ ହସ୍ତାକ୍ଷର କରୁଛନ୍ତି। ଯେଉଁଥିରେ ମି଼ଡିଆକୁ ଏ ବାବଦରେ କିଛି କହିବେନି ବୋଲି ସର୍ତ୍ତ ରହିଛି।
ଆମେରିକାର ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଚୀନ୍ ସରକାର ବ୍ୟାପକ ସ୍ତରରେ ଲୋକଙ୍କୁ ଏହି ଟିକା ଦେବାକୁ ଯୋଜନା କରିଛନ୍ତି। ଅଷ୍ଟ୍ରେଲିଆର ଶିଶୁଙ୍କ ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଡକ୍ଚର କିମ୍ ମୁଲହୋଲାଣ୍ଡ କହିଛନ୍ତି ଯେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ବାବଦରେ ସେ ଚିନ୍ତିତ ବୋଲି କହିଛନ୍ତି।
ଏହି ଟିକା ଚାଇନାର ରାଜଧାନୀ ବେଜିଂରେ ଥିବା କମ୍ପାନୀ ସିନୋଫାରମା ତିଆରି କରିଛି। ହଜାର ହଜାର ଲୋକଙ୍କୁ ଏହି ଟିକା ଦିଆଯାଇଛି ବୋଲି କମ୍ପାନୀ କହିଛି। ପାଖାପାଖି ଦଶ ହଜାରରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି ବୋଲି କମ୍ପାନୀ ଦାବି କରିଛି। ସେହିପରି ନିଜ କମ୍ପାନୀର ପ୍ରାୟ ତିିନି ହଜାର କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଟିକା ଦିଆଯାଇଛି ବୋଲି କମ୍ପାନୀ ଦାବି କରିଛି।
ଅନ୍ତର୍ଜାତୀୟ ଟିକା ପ୍ରତିଷ୍ଠାନର ମୁଖ୍ୟ ଜେରୋମ କିମ୍ ଚୀନର ଶାସକ ଦଳ ଏଭଳି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଅସୁରକ୍ଷିତ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ କରୋନା ଏହା ଦ୍ୱାରା ଭଲ ହୋଇପାରିବ ବୋଲି କୁହାଯାଇପାରିବ ନାହିଁ।
ଏଯାବତ ଚୀନରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ ରହିଛି। ତେଣୁ କେତେ ଜଣ ଏହି ଟିକା ନେଇଛନ୍ତି ସେ ବାବଦରେ ମଧ୍ୟ ସରକାର ସଂଖ୍ୟା ଅସ୍ପଷ୍ଟ ରଖିଛନ୍ତି।
The post ଚୀନର କ୍ରୁରତା, ହଜାର ହାଜର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/334Hm1M
No comments:
Post a Comment