ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତମାସ ଶେଷ ସପ୍ତାହରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କରୋନା ସଂକ୍ରମିତ ମନ୍ତ୍ରୀ ଓ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ସଂକ୍ରମିତ ହେବାପରେ ରାଜ୍ୟରେ କରୋନା ସଂକ୍ରମିତ ମନ୍ତ୍ରୀଙ୍କ ସଂଖ୍ୟା ୫ରେ ପହଞ୍ଚିଛି।
ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ସେ ପରୀକ୍ଷା ପରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏବେ ସେ ଗୃହ ସଙ୍ଗରୋଧରେ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତ କିଛିଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।
I have tested Covid positive.
Now I am in home isolation and stable.
Those who have come in contact with me in the last few days are requested to get themselves tested if required.@CMO_Odisha @IPR_Odisha— Tukuni Sahu (@TukuniSahu) September 11, 2020
ଉଲ୍ଲେଖଯୋଗ୍ୟ, ଏବେସୁଦ୍ଧା ରାଜ୍ୟର ୪ଜଣ ମନ୍ତ୍ରୀ ଯଥା ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଶ୍ରୀ ସିଂ ଏବେ କରୋନାମୁକ୍ତ ହୋଇଥିବା ଜଣାପଡ଼ିଛି।
ସେହିପରି ବିଧାୟକଙ୍କ ମଧ୍ୟରେ ବିଜେପି ବିଧାୟକ ସୁକାନ୍ତ ନାୟକ, ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରୁ ସୁସ୍ଥ ହୋଇଥିବାବେଳେ ବିଧାୟକ ପ୍ରଭୁ ଜାନି, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁଧାଂଶୁ ଶେଖର ପରିଡ଼ା, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସଞ୍ଜିବ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୀତମ ପାଢ଼ୀ, ସଦାଶିବ ପ୍ରଧାନୀ ଓ ବିକ୍ରମ ପଣ୍ଡା ଏବେ ଗୃହ ସଙ୍ଗେରୋଧରେ ଚିକିତ୍ସାଧୀନ ଅଛନ୍ତି।
ଏମାନଙ୍କ ବ୍ୟତୀତ ବିଜେଡିର ୨ ସାଂସଦ ରମେଶ ମାଝୀ ଓ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
The post ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/2FmknpV
No comments:
Post a Comment