ରିଆଙ୍କୁ ମିଳିଲାନି ଜାମିନ୍‌, ଜେଲ୍‌ରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ରିଆଙ୍କୁ ମିଳିଲାନି ଜାମିନ୍‌, ଜେଲ୍‌ରେ ରହିବେ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଫସି ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ମୁମ୍ବାଇର ଏକ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ୍ ଓ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

ଲଗାତାର ତିନି ଦିନ ଧରି ପଚରାଉଚରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେତେବେଳେ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବୁଧବାର ଠାରୁ ରିଆ ମୁମ୍ବାଇର ଭାୟଖଲା ଜେଲ୍‌ରେ ରହୁଛନ୍ତି, ଯାହା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ।

ନିଜ ଜାମିନ୍ ଆବେଦନରେ ରିଆ ଉଲ୍ଲେଖ କରିଥିଲେ ଯେ ଏନ୍‌ସିବିର ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ଚାପ ପକାଇଥିଲେ। ଏହା ସହିତ ବିଚାର ବିଭାଗୀୟ ହାଜତରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଥିଲେ। ରିଆ କହିଥିଲେ ଯେ ତାଙ୍କ ଦୁଷ୍କର୍ମ ସହିତ ହତ୍ୟା ଧମକ ମିଳୁଛି। ତା’ସହିତ ଏକାବେଳେ ତିନି ତିନିଟି ତଦନ୍ତ (ସିବିଆଇ, ଇଡି ଓ ଏନ୍‌ସିବି)ର ସମ୍ମୁଖୀନ ହେବା ଫଳରେ ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଏହାର ଖରାପ ପ୍ରଭାବ ପଡ଼ିଛି।

ଜାମିନ ଆବେଦନରେ ରିଆ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ କିଛି ଭୁଲ୍ କରି ନାହାନ୍ତି। ତାଙ୍କୁ ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି।

ଅନ୍ୟପକ୍ଷରେ ଏନ୍‌ସିବି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ଯୋଗାଡ଼ କରୁଥିଲେ। ତେବେ ସେ ନିଜେ କେବେ ଡ୍ରଗ୍ସ ସେବନ କରି ନଥିବା କହିଛନ୍ତି।

 

The post ରିଆଙ୍କୁ ମିଳିଲାନି ଜାମିନ୍‌, ଜେଲ୍‌ରେ ରହିବେ appeared first on Odisha Reporter.



from Odisha Reporter https://ift.tt/3ijDTSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages