ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ କରୋନା ମହାମାରୀ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟର ବହୁ ବିଶିଷ୍ଟ ରାଜନେତା ମଧ୍ୟ ଏହା ଦ୍ୱାରା କବଳିତ ହେବାକୁ ଲାଗିଲେଣି।
କିଛି ଦିନ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନୁଣ ସାହୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପରୀକ୍ଷାରେ ପଜିଟିଭ ରିପୋର୍ଟ ଆସିଥିବା କହିଛନ୍ତି ପଦ୍ମିନୀ। ପଜିଟିଭ ରିପୋର୍ଟ ଆସିବା ପରେ ହୋମ କ୍ୱାରେଣ୍ଟାଇନ୍ରେ ଥିବା ସେ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଯାଜପୁର ଜିଲ୍ଲା ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଥିଲେ। ଗତକାଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। କରୋନା ଆକ୍ରାନ୍ତ ହୋଇଥିବା ବେଳେ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ।
ଏହାପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, କୋରାପୁଟ ଜିଲ୍ଲାର ବିଜେପି ନେତା ଜୟରାମ ପାଙ୍ଗୀ , ନିଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।
The post ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ପଜିଟିଭ appeared first on Odisha Reporter.
from Odisha Reporter https://ift.tt/34ZHdxP
No comments:
Post a Comment