ଜୟାଙ୍କ ଉପରେ ଶିବସେନା ସନ୍ତୁଷ୍ଟ, ‘ସାମନା’ରେ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ଜୟାଙ୍କ ଉପରେ ଶିବସେନା ସନ୍ତୁଷ୍ଟ, ‘ସାମନା’ରେ ପ୍ରଶଂସା

ମୁମ୍ବାଇ: ନିର୍ଦ୍ଦିଷ୍ଟ କିଛି କଳାକାରଙ୍କ ଆଚରଣ ପାଇଁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଦନାମ କରିବା ଠିକ୍ ନୁହେଁ। ସେହିପରି କିଛି କଳାକାର ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିକୁ ଗୋଇଠା ମାରୁଛନ୍ତି ବୋଲି ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ ରାଜ୍ୟସଭାରେ କହିବା ପରେ ଶିବସେନାର ମୁଖପତ୍ର ‘ସାମନା’ରେ ତାଙ୍କୁ ପ୍ରଶଂସା କରାଯାଇଛି।

‘ସାମନା’ରେ ଲେଖାଯାଇଛି, ହିନ୍ଦୁସ୍ତାନର ସିନେଜଗତ ପବିତ୍ର ଗଙ୍ଗା ଭଳି ନିର୍ମଳ ବୋଲି କେହି ଦାବି କରିବେ ନାହିଁ। କିନ୍ତୁ କିଛି କଳାକାର ଏହାକୁ ‘ଗଟର’ (ନର୍ଦ୍ଦମା) କହୁଛନ୍ତି। କିନ୍ତୁ ସିନେଜଗତକୁ ନର୍ଦ୍ଦମା କୁହାଯାଇପାରିବ ନାହିଁ। ଆଉ ଏହାକୁ ନେଇ ଜୟା ବଚ୍ଚନ ସଂସଦରେ ନିଜ ବ୍ୟଥା ଜଣାଇଥିଲେ। ସେ କହିଥିଲେ ଯେ ଯେଉଁ ଲୋକମାନେ ସିନେଜଗତରୁ ଅର୍ଥ, ନାଁ- ସବୁ କିଛି ପାଇଲେ, ଏବେ ତାକୁ ନର୍ଦ୍ଦମା ବୋଲି କହୁଛନ୍ତି। ଆଉ ଏଥିରେ ସେ ସହମତ ନୁହନ୍ତି।

‘ସାମନା’ରେ ଲେଖାଯାଇଛି, ଜୟା ବଚ୍ଚନଙ୍କ ମତ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ପ୍ରଶଂସନୀୟ ତାଙ୍କ ଖୋଲାଖୋଲି ମତବ୍ୟକ୍ତ କରିବାର ସାହସ। ସେ ସବୁ ବେଳେ ସତ କହନ୍ତି ଓ ଖୋଲାଖୋଲି ମତବ୍ୟକ୍ତ କରନ୍ତି। ସେଥିପାଇଁ ସେ ଜଣାଶୁଣା। ଜୟା ବଚ୍ଚନ ତାଙ୍କ ରାଜନୀତିକ ଓ ସାମାଜିକ ଚିନ୍ତାଧାରାକୁ କେବେ ଲୁଚାଇ ରଖିନାହାନ୍ତି।

ଏଥିରେ ଆହୁରି ଲେଖାଯାଇଛି, କିଛି ଲୋକ ଯେଉଁ ଥାଳିରେ ଖା’ନ୍ତି, ସେହି ଥାଳିରେ ଛିଦ୍ର କରନ୍ତି। ଏମିତି ଲୋକଙ୍କ ଉପରେ ଜୟା ବଚ୍ଚନ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଲୋକସଭାରେ ବିଜେପି ସାଂସଦ ତଥା ଅଭିନେତା ରବି କିଶନ୍ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଉତଥାପିତ କରିଥିଲେ। ମଙ୍ଗଳବାର ରବି କିଶନଙ୍କ ନାଁ ନ ନେଇ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ଫିଲ୍ମ ଇଣ୍ଡଷ୍ଚ୍ରୀରୁ ସଂସଦକୁ ଆସିଥିବା ଜଣେ ମାନ୍ୟବର ସାଂସଦ ଲୋକସଭାରେ ବଲିଉଡକୁ ‘ଗଟର୍’ କହିବା ଦୁର୍ଭାଗ୍ୟଜନକ। ଏପରିକି ସଂପୃକ୍ତ ସାଂସଦଙ୍କୁ ଏଭଳି କହିବାରୁ ବିରତ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାକୁ ଜୟା ଅନୁରୋଧ କରିଥିଲେ। ସେହିପରି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସି ସଫଳତା ଓ ଲୋକପ୍ରିୟତା ପାଇଛନ୍ତି, ସେହି ଇଣ୍ଡଷ୍ଟ୍ରୀ ବିରୋଧରେ ଏଭଳି ଶବ୍ଦ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଥିଲେ।

The post ଜୟାଙ୍କ ଉପରେ ଶିବସେନା ସନ୍ତୁଷ୍ଟ, ‘ସାମନା’ରେ ପ୍ରଶଂସା appeared first on Odisha Reporter.



from Odisha Reporter https://ift.tt/35FwmJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages