ଆଉ ଖଟିଆରେ ବୁହା ହେବେନି ରୋଗୀ, ମେଡିକାଲ ନେବ ବାଇକ୍ ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ଆଉ ଖଟିଆରେ ବୁହା ହେବେନି ରୋଗୀ, ମେଡିକାଲ ନେବ ବାଇକ୍ ଆମ୍ବୁଲାନ୍ସ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଏଥର ଆଉ ଖଟିଆ, ଭାରାରେ ବୁହା ହୋଇ ନଦୀ ନାଳ ଅତିକ୍ରମ କରି ମେଡିକାଲ ଯିବେନି ରୋଗୀ। ଯେଉଁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିବନି ଆମ୍ବୁଲାନ୍ସ ସେଠାରେ ପହଞ୍ଚିଯିବ ବାଇକ୍‌ ଆମ୍ବୁଲାନ୍ସ। ଏହାପରେ ରୋଗୀଙ୍କୁ ନେଇ ତୁରନ୍ତ ମେଡିକାଲରେ ପହଞ୍ଚାଇବା।

କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଦୀର୍ଘ ଦିନ ଧରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ ସ୍ୱାସ୍ଥ୍ୟ ସେବା ନ ପାଇ ଅକାଳ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଆଉ ମେଡିକାଲ ସୁବିଧାରୁ ବଞ୍ଚିତ ହେବେ ନାହିଁ ରୋଗୀ।

କୋରାପୁଟ ଜିଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଆଉ ପାଦେ ଆଗେଇବାକୁ ଯାଉଛି ସ୍ୱାସ୍ଥ୍ୟ ବିଭାଗ । ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି । ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏସବୁ ଗତକାଲି ଆସିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।

କୋରାପୁଟ ଜିଲ୍ଲାରେ ବହୁ ଦୁର୍ଗମ ଓ ଅପହଞ୍ଚ ଇଲାକା ଥିବାବେଳେ ଅନେକ ସ୍ଥାନରେ ଆମ୍ବୁଲାନ୍ସ ସେବା ପହଞ୍ଚିପାରୁନାହିଁ । ଫଳରେ ରୋଗୀଙ୍କୁ ପରିବାର ଲୋକେ ତଥା ସମ୍ପର୍କୀୟ ଅନେକ ସମୟରେ ଖଟିଆ, ଭାରାରେ ବୋହି ବୋହି ଆଣିବା ନେଇ ଅଭିଯୋଗ ହୋଇ ଆସୁଛି ।

ଏଭଳି ସମୟରେ ଯେଉଁ ସବୁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଚାରିଚକିଆ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ, ସେଠାରେ ଏସବୁ ବାଇକ୍ ଆମ୍ବୁଲାନ୍ସ ପହଞ୍ଚିପାରିବ। ଏହାଦ୍ୱାରା ରୋଗୀଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ରୀୟ ଅନୁଦାନରେ ଏସବୁ ଆସିଥିଲେ ହେଁ କେଉଁ କେଉଁ ସ୍ଥାନରେ ଏସବୁ ନିୟୋଜିତ କରାଯିବ ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବା ପରେ ସବିଶେଷ ସୂଚନା ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

The post ଆଉ ଖଟିଆରେ ବୁହା ହେବେନି ରୋଗୀ, ମେଡିକାଲ ନେବ ବାଇକ୍ ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/2Fx0tbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages