ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ପରେ ଭାରତ କହିଲା ‘ନିର୍ଲୋଜ ଦେଶ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ପରେ ଭାରତ କହିଲା ‘ନିର୍ଲୋଜ ଦେଶ’

ଜେନେଭା: ମିଳିତ ଜାତିସଂଘର ୭୫ ତମ ବାର୍ଷିକ ସମ୍ମିଳନୀ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ନୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖିଛନ୍ତି। ଯାହାକୁ ନେଇ ଭାରତ ବର୍ଷିଛି। କଶ୍ନୀର ପ୍ରସଙ୍ଗରେ ପାକିସ୍ତାନର ମତ ଦେବାର ଅଧିକାର ନାହିଁ। ପାକିସ୍ତାନ ଯେଉଁ ମତ ରଖିଛି ତାହା ଯୁଦ୍ଧକୁ ଉସକେଇଲା ଭଳି ଭାଷା। ଜମ୍ମୁ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନ ଅଧିକୃତ କଶ୍ମୀରକୁ ପାକିସ୍ତାନ ଖାଲି କରିବା ଉଚିତ। ମିଳିତ ଜାତିସଂଘରେ ଭାରତ ମିଶନର ପ୍ରଥମ ସଚିବ ତଥା କୂଟନୀତିଜ୍ଞ ମିଜିଟୋ ଭିନିଟୋ ଏହା କହିଛନ୍ତି।

ଭିନିଟୋ କହିଛନ୍ତି ଯେ ପାକିସ୍ତାନ ଏହି ମ଼ଞ୍ଚର ଅପବ୍ୟବହାର କରୁଛି। ଦୁନିଆ ପାଇଁ କିଛି ବି ପରାମର୍ଶ ନାହିଁ। ଭାରତ ବିରୋଧରେ ମିଛ ପ୍ରଚାର କରିବା ହେଉଛି ପାକିସ୍ତାନର ମୁଖ୍ୟ ଉଦ୍ଦେଶ୍ୟ। ପାକିସ୍ତାନ ଯେଉଁ ଶବ୍ଦ ବ୍ୟବହାର କରୁଛି ତାହା ଯୁଦ୍ଧକୁ ଉସକେଇଲା ଭଳି ଶବ୍ଦ। ଗୋଟିଏ ନିର୍ଲୋଜ ଦେଶ ହିଁ ଏଭଳି ମତ ରଖିପାରେ କେବଳ।

ପ୍ରଥମ ସଚିବ ଆହୁରି କହିଛନ୍ତି ଯେ ‘ପାକିସ୍ତାନ ହେଉଛି ସମାନ ଦେଶ ଯିଏ ଆତଙ୍କବାଦୀଙ୍କୁ ଦେଶର ପାଣ୍ଠିରୁ ପେନ୍‌ସନ୍‌ ଦେଇଥାଏ। ଆଜି ଆମେ ଯେଉଁ ନେତାକୁ ଶୁଣିଲୁ ସେହି ବ୍ୟକ୍ତି ତାଙ୍କ ଦେଶର ସଂସଦରେ କହିଛନ୍ତି ଯେ ଆତଙ୍କବାଦୀ ଓସାମା ବିନ୍ ଲାଡେନ ଜଣେ ‘ସହିଦ’।

କଶ୍ମୀର ପ୍ରସଙ୍ଗରେ ଭିନିଟୋ କହିଛନ୍ତି ଯେ ୨୦୧୯ରେ ଆମେରିକାରେ ସର୍ବସାଧାରଣର ଆଗରେ ପାକିସ୍ତାନ ସ୍ୱୀକାର କରିଛ ଯେ ତାଙ୍କ ଦେଶରେ ପ୍ରାୟ ୩୦ରୁ ୪୦ ହଜାର ଆତଙ୍କବାଦୀ ଅଛନ୍ତି। ଯେଉଁମାନେ ପାକିସ୍ତାନରୁ ତାଲିମ ପାଇଛନ୍ତି ଏବଂ ସେମାନେ ଆଫଗାନିସ୍ତାନରେ ଅଛନ୍ତି।

ଭିନିଟୋ କହିଛନ୍ତି ଯେ ପାକ୍ ନିଜ ଦେଶର ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେଉଛି। ସେମାନଙ୍କର ବଳ ପୂର୍ବକ ଧର୍ମ ମଧ୍ୟ ପରିବର୍ତ୍ତନ କରୁଛି। ହେଲେ ଏ ଦିଗରେ ପାକିସ୍ତାନ ନିରବ।

The post ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ପରେ ଭାରତ କହିଲା ‘ନିର୍ଲୋଜ ଦେଶ’ appeared first on Odisha Reporter.



from Odisha Reporter https://ift.tt/34fZzcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages