ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ବାଇଶିପଡ଼ା ନିକଟରେ ଥିବା ପୋଲ ତଳକୁ ବାଇକ୍ ଖସିଯିବାରୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ପ୍ରଦତ୍ତ ଭୋକ୍ତା। ସେ ମହଳିକପଡ଼ା ପଞ୍ଚାୟତର ପିଇଓ ଥିଲେ।
ବାଇକ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଦତ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
The post ପୋଲ ତଳକୁ ଖସିପଡ଼ିଲା ବାଇକ୍, ଚାଲିଗଲା ପିଇଓଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2FuKMRS
No comments:
Post a Comment