କଟକ(ଓଡ଼ିଶା ରିପୋର୍ଟର): ‘ହ୍ୟୁମାନ ରାଇଟ୍ସ କମିଶନଙ୍କ କଥାକୁ ବିଶ୍ୱାସ କରିବି ନା ସମ୍ମାନସ୍ପଦ ନିଜ ବାପା ମା’ଙ୍କୁ ? ମୁଁ ଏହାର ସଠିକ୍ ଉତ୍ତର ଜାଣେ, ତଥାପି ମୋତେ ଆପଣଙ୍କ ସହଯୋଗ ଲୋଡ଼ା ।’ ଏପରି ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।
ଓଲିଉଡର ଏହି ସେଲିବ୍ରିଟି ଯୋଡ଼ିଙ୍କ ସମ୍ପର୍କରେ ଦେଖାଦେଇଥିବା ଫାଟକୁ ନେଇ ଗତ କିଛି ଦିନ ହେଲା ମାହୋଲ ସରଗରମ ଥିବା ବେଳେ ଗତକାଲି ଉଭୟଙ୍କୁ ଭେଟିଥିଲେ ସାମାଜିକ ସଂଗଠନ ପ୍ରୋଟେକସନ ଅଫ୍ ହ୍ୟୁମାନ ରାଇଟ୍ସ କମିଶନର ସଦସ୍ୟା ଏହି ସଙ୍ଗଠନର ସଦସ୍ୟାମାନେ ଗତକାଲି ଅନୁଭବଙ୍କ ଘରେ ପହଞ୍ଚି ଉଭୟ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏନେଇ ଅନୁଭବ ଟ୍ୱିଟ୍ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ଗତକାଲି ବର୍ଷା ଓ ଅନୁଭବଙ୍କ ସହିତ ଅନ୍ତର୍ଜାତୀୟ ମାନବ ଅଧିକାର କମିଶନ ଓଡିଶା ଶାଖା ଅଧ୍ୟକ୍ଷା ଅନୁଭବଙ୍କ ଘରେ ପହଞ୍ଚି ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକାରାତ୍ମକ ଉତ୍ତର ମିଳିଛି ବୋଲି ପ୍ରାକ ସୂଚନା ଦେଇଛନ୍ତି ମହିଳା ସଦସ୍ୟ। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ମଧ ପରିବାର ଲୋକଙ୍କ ବିଷୟରେ କୌଣସି ଅଭିଯୋଗ ଆଣି ନଥିଲେ।
ବର୍ଷାଙ୍କ ସହ ଆଲୋଚନା ପରେ ସମାଧାନ ଆଶା ରହିଥିବା କହିଛନ୍ତି ମହିଳା ସଦସ୍ୟା ଟିମ୍। ଅନୁଭବ ଓ ବର୍ଷାଙ୍କ ବିବାଦରେ ଖୁବ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିପାରେ ବୋଲି ଆକଳନ କରିଛନ୍ତି ମହିଳା ସଦସ୍ୟ ଟିମ୍।
The post ଅନୁଭବଙ୍କ ଟ୍ୱିଟ; ‘କାହାକୁ ବିଶ୍ୱାସ କରିବି, ହ୍ୟୁମାନ ରାଇଟ୍ସ କମିଶନଙ୍କୁ ନା’ ବାପା, ମା’ଙ୍କୁ’ appeared first on Odisha Reporter.
from Odisha Reporter https://ift.tt/3hovv2h
No comments:
Post a Comment