ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍କୁ ମିଳିଛି ବଡ଼ ସଫଳତା। ଗୁଳିବିନିମୟ ପରେ ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ଆତଙ୍କବାଦୀ ବବ୍ବର ଖାଲ୍ସା ଇଣ୍ଟରନ୍ୟାସ୍ନାଲ୍ (ବିକେଆଇ) ସହିତ ଜଡ଼ିତ ଥିଲେ। ସେମାନଙ୍କ ନାଁ ଭୂପିନ୍ଦର ଓରଫ ଦିଲାବର ସିଂହ ଓ କୁଲବନ୍ତ ସିଂହ।
ଗିରଫ ଦୁଇ ଆତଙ୍କବାଦୀଙ୍କ ଠାରୁ ୬ଟି ପିସ୍ତଲ ଓ ୪୦ରୁ ଅଧିକ ଗୁଳି ଜବତ କରାଯାଇଛି।
ଏହି ଦୁଇ ଆତଙ୍କବାଦୀଙ୍କ ନାଁରେ ପଞ୍ଜାବରେ ବି କିଛି ମାମଲା ରହିଛି। ସେହିସବୁ ମାମଲାରେ ସେଠାକାର ପୁଲିସ୍ ବି ଏମାନଙ୍କୁ ଖୋଜୁଥିଲା।
The post ଦିଲ୍ଲୀରୁ ଧରାପଡ଼ିଲେ ୨ ଆତଙ୍କବାଦୀ appeared first on Odisha Reporter.
from Odisha Reporter https://ift.tt/3hd89wQ
No comments:
Post a Comment