ଘରୁ ଟେଲିଭିଜନ୍‌ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ଘରୁ ଟେଲିଭିଜନ୍‌ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହାଇଦ୍ରାବାଦ: ତେଲୁଗୁ ଟେଲିଭିଜନ୍ ଅଭିନେତ୍ରୀ କୋଣ୍ଡାପାଲି ଶ୍ରାବଣୀଙ୍କ ଝୁଲନ୍ତା ମୃତଦେହକୁ ହାଇଦ୍ରାବାଦର ଏସ୍‌ଆର୍ ନଗର ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିଲା। ରାତି ୯ଟାରୁ ୧୦ଟା ମଧ୍ୟରେ ଶ୍ରାବଣୀ ନିଜ ବେଡ୍‌ରୁମ୍‌ରେ ଥିଲେ। ସେହି ସମୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେତେବେଳେ ଘରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ।

ପୁଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳକୁ ଯାଞ୍ଚ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହେବ ବୋଲି ଏସ୍‌ଆର୍ ନଗର ପୁଲିସ୍ ପକ୍ଷରୁ କୁହାଯାଇଛି।

ପୁଲିସ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଶ୍ରାବଣୀ ପୂର୍ବରୁ ଦେବରାଜ ନାମକ ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲେ। ଜୁନ୍ ମାସରେ ସେ ଦେବରାଜଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଏଇ କିଛି ଦିନ ହେବ ଶ୍ରାବଣୀ ପୁଣି ସେହି ବ୍ୟକ୍ତିଭ୍କ ସହିତ ମିଶାମିଶି କରୁଥିଲେ। ତେଣୁ ମଙ୍ଗଳବାର ତାଙ୍କ ପରିବାର ଲୋକେ ଏ ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ। ତା’ପରେ ରାତିରେ ସେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି।

ଦେବରାଜଙ୍କ ନାଁରେ ପୁଲିସ୍ ଏକ ମାମଲା ରୁଜୁ କରିଛି। ତେବେ ତାଙ୍କୁ ଗିରଫ କରାଯାଇନାହିଁ। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

The post ଘରୁ ଟେଲିଭିଜନ୍‌ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3bQrwuw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages