ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ୪ ଦିନ ହେଲାଣି ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ ଆମ୍ବୁଲାନ୍ସରେ ପଡ଼ିଛି ମା’ର ମୃତଦେହ। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଶବ ସତ୍କାର କରୁ ନ ଥିବାରୁ ଶବ ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରିଲାଣି। ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି।
କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା, ତାହାର ତଦନ୍ତ ଆରମ୍ଭ କରିଛି ରାଜନଗର ପୁଲିସ୍। ବ୍ୟବଚ୍ଛେଦ ପରେ ମୃତା ଝିଅ ପେଟରୁ ଏକ ଶିଶୁ ଭ୍ରୁଣ ବାହାରିବାରୁ ପୁଲିସ୍ ତାଙ୍କ ମାମୁକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ପରିବାରର ଅନ୍ୟମାନଙ୍କୁ ଗିରଫ କରିବା ଜିଦ୍ରେ ଅଟଳ ରହିଛନ୍ତି ଗ୍ରାମବାସୀ।
ସୂଚନାଯୋଗ୍ୟ, ମୃତ ମହିଳା ନିଜ ସ୍ୱାମୀ ଓ ୨ ଝିଅଙ୍କ ସହ ବାପ ଘର ଗାଁରେ ରୁହନ୍ତି। ଗତ ଶନିବାର ମହିଳାଜଣକ କେଉଁଆଡ଼େ ଚାଲି ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ତାଙ୍କ ଚପଲ ଓ ମୋବାଇଲ୍ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ପଠାରୁ ପାଇଥିଲେ। ଏନେଇ ମହିଳାଙ୍କ ବଡ଼ ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହା ପରଦିନ ମହିଳାଙ୍କ ମୃତଦେହ ହଂସୁଆ ନଦୀରେ ଭାସୁଥିବା ଦେଖିବା ମିଳିଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଆ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ତା’ ପରଦିନ ଗାଁ ପୋଖରୀରୁ ମିଳିଥିଲା।
ମୃତା ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ୍ର ବାରମ୍ବାର ବୁଝାଇବା ସତ୍ତ୍ୱେ ଗ୍ରାମବାସୀ ଶବ ସତ୍କାର କରୁ ନ ଥିବାରୁ ମା’ ଝିଅଙ୍କ ମୃତଦେହ ୪ ଦିନ ହେଲାଣି ପଡ଼ି ରହିଛି।
The post ୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3mOdTkG
No comments:
Post a Comment