ଦିନ  ଦ୍ୱିପ୍ରହରରେ ଲୁଟୁଥିଲେ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ଦିନ  ଦ୍ୱିପ୍ରହରରେ ଲୁଟୁଥିଲେ, ଧରା ପଡ଼ିଗଲେ

ଛତ୍ରପୁର(ଆଲୋକ ଗୌଡ଼): ପୁଲିସ୍‌ ହାତରେ ଧରା ପଡ଼ିଲେ  ଦିନ  ଦ୍ୱିପ୍ରହରରେ  ଲୁଟପାଟ କରୁଥିବା  ୩   ଲୁଟେରା। ସେମାନଙ୍କୁ ଗିରଫ କରିବା ସହ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁଲିସ୍‌ ସେମାନଙ୍କ ନିକଟରୁ  ୩ ଟି  ବାଇକ୍ ଓ ସୁନା ଗହଣା ଜବତ କରିଛି। ଏହାବ୍ୟତୀତ  ୩ କୁଇଣ୍ଟାଲର ୬ଟି କାଜୁ ବସ୍ତାକୁ ମଧ୍ୟ  ଜବତ କରିଛି ପୋଲସରା  ପୋଲିସ୍ ।

ଗିରଫ ହୋଇଥିବା ୩ ଲୁଟେରା ହେଉଛନ୍ତି ପୋଲସରା ଥାନା ଅଧୀନ  ମାଳବିରିପୁର ଗ୍ରାମର ଜଗନ୍ନାଥ ଜାନୀ , ନିରାଶପଲ୍ଲୀ ଗାଁର  ପ୍ରମୋଦ ଜାନୀ ଓ ବାଣପୁର ଥାନା ଅଞ୍ଚଳରେ ଥିବା   ନୀଳାଦ୍ରି ପ୍ରସାଦ ଗାଁର ଅଜୟ ନାୟକ । ଲୁଟ୍ ପାଟ୍ ସମେତ  ଯୁବତୀ ଚୋରାଚାଲାଣରେ ମଧ୍ୟ ଏହି ଯୁବକମାନେ ସମ୍ପୃକ୍ତ ଥିବା ଜଣାଯାଇଛି। ଗିରଫ ୩ ଲୁଟେରାଙ୍କୁ ପୁଲିସ୍‌  କୋଦଳା କୋର୍ଟଚାଲାଣ କରିଥିବା  ବେଳେ ସେମାନଙ୍କ ଗ୍ୟାଙ୍ଗର  ଅନ୍ୟ  ଜଣେ ଲୁଟେରା  ଏବେବି ଫେରାର୍ ଥିବା ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

The post ଦିନ  ଦ୍ୱିପ୍ରହରରେ ଲୁଟୁଥିଲେ, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/2H263mP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages