କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’

ନୂଆଦିଲ୍ଲୀ: କୃଷି ସମ୍ବନ୍ଧୀୟ ତିନୋଟି ବିଲ୍, ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଦାବି କରି ସାରା ଦେଶରେ କୃଷକ ସଂଗଠନ ଶୁକ୍ରବାର ‘ଭାରତ ବନ୍ଦ’  କରିଛନ୍ତି। ଅଲ ଇଣ୍ଡିଆ କୃଷକ ସଂଘ (ଏଏଫୟୁ), ଭାରତୀୟ କିସାନ ୟୁନିଅନ (ବି.କେ.ୟୁ), ଅଲ ଇଣ୍ଡିଆ କିସାନ ମହାସଙ୍ଗ (AIKM) ଏବଂ ଅଲ ଇଣ୍ଡିଆ କିସାନ ସଂଗଠନ ସମନ୍ୱୟ କମିଟି (AIKSCC) ଏହି ବନ୍ଦ ଡାକରାର ନେତୃତ୍ୱ ନେଉଛନ୍ତି। ଏହାକୁ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୀତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି।

ଏହି ବିଲ୍ ଚାଷୀଙ୍କ ସପକ୍ଷରେ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ କୌଲାଶ ବିଜୟଭର୍ଗିଆ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କୃଷି ବିଲକୁ ବିରୋଧ କରୁଛନ୍ତି। ଏହାର କାରଣ ଏବେ ମଧ୍ୟସ୍ଥି ବା ଏଜେଣ୍ଟଙ୍କ ଭୂମିକା ଶେଷ ହୋଇଛି ବୋଲି ସେ କହିଛନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି, ଆଇନ ଶୃଙ୍ଖଳା ବଜାୟ ରଖିବା ଦରକାର।

କୃଷି ବିଲକୁ ବିରୋଧ କରି ଚାଷୀ ରେଳ ରୋକ୍ ଡାକରା ମଧ୍ୟ ଦେଇଛନ୍ତି ପଞ୍ଜାବରେ। ଅଘଟଣ ଏଡାଇବା ପାଇଁ ତେରଟି ଅପ୍ ଏବଂ ଡାଉନ ଟ୍ରେନ୍ ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଛି |

କୃଷି ସମ୍ବନ୍ଧୀୟ ତିନୋଟି ବିଲକୁ ଅସାମ୍ୱିଧାନିକ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ବିରୋଧ ବୋଲି କଂଗ୍ରେସ ପାର୍ଟି କହିଛି। ଆଗାମୀ ଦିନରେ ଏହି ବିଲରକୁ କୋର୍ଟରେ ବିରୋଧୀ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ କୃଷି ବିଲ୍ ବିରୋଧରେ 25 ସେପ୍ଟେମ୍ବରରେ ‘ଭାରତ ବନ୍ଦ’ ସମୟରେ ଦେଶର କୃଷକମାନଙ୍କ ସହ କଂଗ୍ରେସ ଛିଡା ହେବ।

ସୂଚନାଯୋଗ୍ୟ, ସଂସଦରେ କୃଷି ସଂପର୍କିତ ତିନୋଟି ବିଲ୍ ଗୃହୀତ ହୋଇଯାଇଛି। ଏହି ବିଲ ସଂସଦରେ ଆଗତ ହେବା ପରଠାରୁ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ତିନୋଟି ବିଲ୍ ହେଉଛି କୃଷି ଉତ୍ପାଦ ବିପଣନ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧାକରଣ) ବିଲ୍, ୨୦୨୦; କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତକରଣ ରାଜିନାମା କୃଷି କ୍ଷେତ୍ର ସେବା ବିଲ୍ ୨୦୨୦; ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦।

ଏହି ବିଲ୍ ଆଣି ସରକାର କୃଷିକୁ କର୍ପୋରେଟ କମ୍ପାନୀ ହାତକୁ ଟେକି ଦେଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣେ ଶାସକ ଦଳ କହୁଛି ଏହା ଐତିହାସିକ ବିଲ୍।

The post କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’ appeared first on Odisha Reporter.



from Odisha Reporter https://ift.tt/33W6jvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages