ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ ଗୁମର ଖୋଲିଛି। ଏନସିବି ରାଡାରରେ ବି-ଟାଉନର ୫୦ ଜଣ ତାରକା ରହିଛନ୍ତି। ତେବେ ବର୍ତ୍ତମାନ ସୁ୍ଦ୍ଧା ବଲିଉଡର ୪ ଟପ୍ ହିରୋଇନ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହଙ୍କୁ ଏନସିବି ସମନ କରିଛି। ତେବେ ଏ ସବୁ ଭିତରେ ଦୀପିକା ପାଦୁକୋନ୍ ହେଉଛି ଏକ ବଡ଼ ନାଁ ଏବଂ ସେ ବି-ଟାଉନର ଜଣେ ହାଇପେଡ୍ ଆକ୍ଟ୍ରେସ୍। ଆସନ୍ତା କାଲି ଅର୍ଥାତ ୨୫ ତାରିଖ ଏନସିବି ତାଙ୍କୁ ପଚରାଉଚରା କରିବ।

ଦୀପିକା ବର୍ତ୍ତମାନ ଗୋଆରେ ଥିବା ବେଳେ ଖୁବଶୀଘ୍ର ମୁମ୍ବାଇ ଆସିପାରନ୍ତି ବୋଲି ଜଣାପଡ଼ିଛି। ସେ ଚାଟାର୍ଡ ପ୍ଲେନରେ ମୁମ୍ବାଇ ଆସିବେ। ଏଣୁ ଭିଆଇପି ମୁଭମେଣ୍ଟ ଲାଗି ସିଆଇଏସଏଫକୁ ଆଲର୍ଟ ମଧ୍ୟ କରାଯାଇଛି। ବିମାନଟି ହାଇଦ୍ରାବାଦରୁ ଉଡ଼ାଣ ଭରୁଥିବା ବେଳେ ଗୋଆରେ ଦୀପିକାଙ୍କୁ ନେଇ ମୁମ୍ବାଇ ପହଞ୍ଚିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦୀପିକାଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଛି। କ୍ୱାନ୍ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ଡ୍ରଗ୍ସ ଚାଟ୍ କରୁଥିବା ଜଣାପଡ଼ିଛି। ମିଳିଥିବା ହ୍ୱାଟସ୍ ଆପ୍ ଚାଟରେ ଦୀପିକା କରିସ୍ମାକୁ ପଚାରିଛନ୍ତି, ‘ମାଲ୍ ହେ କ୍ୟା?’

ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରିବେ ବି-ଟାଉନ ଡିଭା ଦୀପିକା ପାଦୁକୋନ୍।

ସୂତ୍ରରୁ ଜଣାପଡ଼ିଛି, ଏନସିବି ସମନ ମିଳିବା ପରେ ଦୀପିକାଙ୍କ ଚିନ୍ତା ବଢ଼ିଯାଇଛି। ସେ ନିଜ ଘରଲୋକ ଏବଂ ଲିଗାଲ୍ ଟିମ ସହ ଭିଡିଓ କନଫରେନ୍ସିଂ ଜରିଆରେ ଲଗାତର ଆଲୋଚନା କରୁଛନ୍ତି। ଓକିଲମାନଙ୍କ ପରାମର୍ଶ ନେଉଛନ୍ତି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୀପିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଦୀପିକାଙ୍କ ସମେତ ଏନସିବି କରିସ୍ମାଙ୍କୁ ମଧ୍ୟ ସମନ କରିଛି।

The post ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା appeared first on Odisha Reporter.



from Odisha Reporter https://ift.tt/3i5GLRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages