୨ ଦିନ ହେଲା ନିଖୋଜ ଥିଲେ ଇଞ୍ଜିନିୟର, ଡ୍ୟାମରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

୨ ଦିନ ହେଲା ନିଖୋଜ ଥିଲେ ଇଞ୍ଜିନିୟର, ଡ୍ୟାମରୁ ମିଳିଲା ମୃତଦେହ

କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ କମ୍ପାନୀରେ କାମ କରୁଥିବା ଇଞ୍ଜିନିୟକ ପ୍ରତ୍ୟୁଷ ପ୍ରଧାନ ମୃତଦେହ ଗତକାଲି ଟାଙ୍ଗନକଣା ଡ୍ୟାମରୁ ଉଦ୍ଧାର କରାଯାଇଛି। ପ୍ରତ୍ୟୁଷ ଗତ ୧ ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ପୁଲିସ୍‌ ଘଟଣାର ଛାନଭିନ ଜାରି ରଖିଛି।

ସୂଚନା ଅନୁସାରେ,  ପ୍ରତ୍ୟୁଷ ଗତ ୧ ତାରିଖରରେ କମ୍ପାନୀ ଯାଇ ନ ଥିଲେ। ଫଳରେ ଗତକାଲି ସନ୍ଧ୍ୟାରେ ତାଙ୍କ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଲାଞ୍ଜିଗଡ଼ ପୁଲିସ୍‌  ଘଟଣାର ଛାନଭିନ ଆରମ୍ଭ କରିଥିଲା।

ଗତକାଲି ରାତ୍ରରେ ପ୍ରତ୍ୟୁଷଙ୍କ କାର୍ ଲାଞ୍ଜିଗଡ଼ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ନିକଟରେ ଥିବା ଖବର ପାଇ ଲାଞ୍ଜିଗଡ଼ ପୁଲିସ୍‌ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲା। ଆଜି  ଅଗ୍ନିଶମ କର୍ମଚାରୀ ପହଞ୍ଚି ଡ୍ୟାମରେ ଖୋଜରଖୋଜି କରି ପ୍ରତ୍ୟୁଷଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ମୃତ ପ୍ରତ୍ୟୁଷଙ୍କ ନିଜ ଗାଁ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନାର ଗଦଗୁଡା ଗାଁରେ ବୋଲି ଜଣାପଡିଛି । ସେ ୨୦୦୭ ମସିହାରୁ ବେଦାନ୍ତରେ ଚାକିରି କରୁଥିବା ଜଣାଯାଇଛି। ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେମାନେ ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି। ଏହା ଆତ୍ମହତ୍ୟା ନା ହତ୍ୟା କରି ମୃତଦେହ ଡ୍ୟାମକୁ ଫୋପାଡ଼ି ଦିଆଯାଇଛି ପୁଲିସ୍‌ ତାହାର ଖୋଳତାଡ଼ ଜାରି ରଖିଛି।

The post ୨ ଦିନ ହେଲା ନିଖୋଜ ଥିଲେ ଇଞ୍ଜିନିୟର, ଡ୍ୟାମରୁ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/31UZBpM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages