ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ପୁଣି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଏଣିକି ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ପକ୍ଷରୁ ଛପା ଯାଉଥିବା ସାମଗ୍ରୀ ଗୁଡ଼ିକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଛପା ବଦଳରେ ସବୁ କିଛି ଡିଜିଟାଲ ଡକ୍ୟୁମେଣ୍ଟରେ ଉପଲବ୍ଧ କରାଇବାକୁ ସରକାର କହିଛନ୍ତି।
ବିଶେଷ କରି ସରକାରଙ୍କ ପକ୍ଷରୁ ଛପା ଯାଉଥିବା ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡଗୁଡ଼ିକ ଏଣିକି ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପାଠକମାନେ ଡିଜିଟାଲ୍ ଫର୍ମାଟରେ ଏସବୁ କଣ୍ଟେଟ୍ ପାଇପାରିବେ।
ସରକାର କହିଛନ୍ତି, ଏହାଦ୍ୱାରା ଛପାକୁ ନେଇ ହେଉଥିବା ଖର୍ଚ୍ଚ କାଟ୍ ହେବ ଓ ଡିଜିଟାଲ୍ ମାଧ୍ୟମରେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ୍ ସଚିବ, ନୀତି ଆୟୋଗର ସିଇଓ, ସମସ୍ତ ଆର୍ଥିକ ଉପଦେଷ୍ଟା ସମେତ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସଚିବ ଓ ମୁଖ୍ୟଙ୍କୁ ଚିଠି କରାଯାଇଛି। ତତ୍କାଳ ଭାବେ ଏହାକୁ ଲାଗୁ କରିବାକୁ ଏଥିରେ କୁହାଯାଇଛି।
ଏବେ ବି ବହୁ ସଂଖ୍ୟକ ସରକାରୀ କାମ ପାଇଁ ଖାତା-ବହିର ବ୍ୟବହାର କରାଯାଉଛି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଯେଉଁଠି ଡିଜିଟାଲ୍ ବ୍ୟବହାର ବଢ଼ିବ, ତା ସହ କାମ କରିବାର ପ୍ରଣାଳୀ ମଧ୍ୟ ସହଜ ହେବ।
The post ଆଉ ଛପା ହେବନି ସରକାରୀ ଡାଏରୀ ଓ କ୍ୟାଲେଣ୍ଡର୍ appeared first on Odisha Reporter.
from Odisha Reporter https://ift.tt/3i8gbZb
No comments:
Post a Comment