କାରରେ ନେଉଥିଲେ, ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

କାରରେ ନେଉଥିଲେ, ଧରା ପଡ଼ିଲେ

ଫୁଲବାଣୀ  (ଓଡିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଣିପଦର ଗାଁ ନିକଟରୁ ପୁଲିସ ଏକ କାରରୁ ୬୪କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ଦିଗାଲ, ଦୀନେଶ ଦିଗାଲ, ରାବିଲା ଦିଗାଲ ଓ ଏଲିମ ହଵାବ।

ସୂଚନା ଅନୁସାରେ, ଏହି ୪ ଅଭିଯୁକ୍ତ ମଣିପଦର ଗାଁ ରାସ୍ତା ଦେଇ ବାଲିଗୁଡ଼ା ଅଭିମୁଖେ କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସକୁ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଫିରିଙ୍ଗିଆ ପୁଲିସର ଏକ ସ୍ୱତନ୍ତ୍ର ଦଳ ମଣିପଦର ଗାଁରେ ସେହି କାରକୁ ଠାବ କରିଥିଲେ। କାରକୁ ଯାଞ୍ଚ କରିବା ବେଳେ ସେଥିରୁ ୬୪ କିଲୋ ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ କାର୍‌ ସହିତ ଉକ୍ତ ଗଞ୍ଜେଇକୁ ଜବତ କରିଥିଲା।

The post କାରରେ ନେଉଥିଲେ, ଧରା ପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/2EZgVBy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages