ହାତୀ ପଲ ସହ ଯାଉଥିବା ବେଳେ କେନାଲ୍ ଭିତରକୁ ଖସି ପଡ଼ିଲେ ୨ ଶାବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ହାତୀ ପଲ ସହ ଯାଉଥିବା ବେଳେ କେନାଲ୍ ଭିତରକୁ ଖସି ପଡ଼ିଲେ ୨ ଶାବକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍  ଅଧୀନ କାନପୁର ଡ୍ୟାମ୍‌ ଶାଖା କେନାଲ୍ ଭିତରକୁ ଗତ ରାତିରେ ଖସିପଡ଼ିଥିବା ୨ ହାତୀ ଶାବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୨  ଘଣ୍ଟାର  ଅପରେସନ୍ ପରେ ମା’ ହାତୀଙ୍କ ସହାୟତାରେ ହାତୀ ଶାବକ ଦ୍ୱୟ କେନାଲ୍ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ । ଏବେ  ହାତୀପଲ ମୁକୁନ୍ଦପୁର  ଜଙ୍ଗଲରେ ଥିବା ଜଣାପଡ଼ିଛି ।

ଗତକାଲି ବିଳମ୍ବିତ ରାତିରେ ଏକ ୨୨ ଟିକିଆ ହାତୀପଲ ବୈତରଣୀ ନଦୀ ପଟରୁ  ଜାମୁଦଲକ ପଟକୁ  ଆସୁଥିଲେ। ଏହି ସମୟରେ କେନାଲ ପୁନରୁଦ୍ଧାର କାମ ଚାଲିଥିବାରୁ ୨ଟି ହାତୀ ଶାବକ କେନାଲ୍ ଭିତରକୁ ଖସିପଡ଼ିଥିଲେ । କେନାଲର ଗଭୀର ପାଖାପାଖି ୪ ଫୁଟରୁ ଅଧିକ ଥିବାରୁ ହାତୀପଲ ବହୁ ଚେଷ୍ଟା ପରେ ବି ଶାବକଙ୍କୁ ଉଦ୍ଧାର କରିପାରି ନଥିଲେ । ତେବେ ଏହି ଘଟଣାର କିଛି ସମୟ ମଧ୍ୟରେ ୧୭ ଟି ହାତୀ ସେଠାରୁ ଚାଲିଯାଇଥିଲେ। ମାତ୍ର ୩ ମାଈ ହାତୀ ୨ ଶାବକଙ୍କୁ ଜଗି ରହିଥିଲେ ।

ହାତୀପଲଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।   ଖବର ପାଇ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ଅନ୍ୟ ବନକର୍ମଚାରୀଙ୍କ ସହ ଘଟଣାସ୍ଥଳରେ  ପହଞ୍ଚିଥିଲେ।  ଏହାପରେ ହାତୀ ଶାବକଙ୍କୁ ଉଦ୍ଧାର କରିବା ପାଇଁ  ଆରମ୍ଭ ହୋଇଥିଲା ଅପରେସନ। ହାତୀ  ସ୍କ୍ୱାର୍ଡ  ଏବଂ ଅଗ୍ନିଶମ ବିଭାଗର ସହାୟତା ନେଇଥିଲା ବନ ବିଭାଗ । ଜେସିବି ମେସିନ୍  ଦ୍ୱାରା ହାତୀ ଶାବକଙ୍କ ବାହାରିବା ପାଇଁ ବାଟ କରାଯାଇଥିଲା । ଶେଷରେ ୨  ଘଣ୍ଟାର  ଅପରେସନ୍ ପରେ ମା’ ହାତୀଙ୍କ ସହାୟତାରେ ହାତୀ ଶାବକ ଦ୍ୱୟ କେନାଲ୍ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ । ଏବେ ଏହି ହାତୀପଲ ମୁକୁନ୍ଦପୁର  ଜଙ୍ଗଲରେ ଥିବା ଜଣାପଡ଼ିଛି ।

The post ହାତୀ ପଲ ସହ ଯାଉଥିବା ବେଳେ କେନାଲ୍ ଭିତରକୁ ଖସି ପଡ଼ିଲେ ୨ ଶାବକ appeared first on Odisha Reporter.



from Odisha Reporter https://ift.tt/2RvMwgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages