ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ସରକାରୀ କାର୍ଯ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ। ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହି ମହିଳା କର୍ମଚାରୀ। ନ୍ୟାୟ ନ ମିଳିଲେ ନିଜ ୨ ଛୋଟ ଝିଅଙ୍କ ସହ ଆତ୍ମହତ୍ୟାର ଧମକ ବି ଦେଇଛନ୍ତି।

ଉପଜିଲ୍ଲାପାଳ ଯୌନ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ତିନି ଫର୍ଦ୍ଦର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଗଠନ କରାଯାଇଛି। ଏହି କମିଟି ପ୍ରଥମେ ଉକ୍ତ ମହିଳାଙ୍କୁ ଡାକି ପଚରାଉଚରା କରିଛି। ଏହା ପରେ ଉପଜିଲ୍ଲାପାଳଙ୍କୁ ଡକାଯିବ ବୋଲି କମିଟି କହିଛି।

ଅନ୍ୟପକ୍ଷରେ ଉକ୍ତ ମହିଳା ଜଣଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ତାଙ୍କୁ ବଲାଙ୍ଗିର ସଦର ମହକୁମାସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରି ଦେଇଛନ୍ତି।

ଅଭିଯୋଗ ନେଇ ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

The post ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/3lOE6ie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages