ବାଣ କାରଖାନାରେ ବିସ୍ଫୋରଣ, ୭ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ବାଣ କାରଖାନାରେ ବିସ୍ଫୋରଣ, ୭ ଜଣଙ୍କ ମୃତ୍ୟୁ

ଚେନ୍ନାଇ, ୪/୮: ଚେନ୍ନାଇରୁ ୧୯୦ କିଲୋମିଟର ଦୂର ତାମିଲନାଡ଼ୁର କୁଡାଲୋର ଜିଲ୍ଲା କାଟ୍ଟୁମାନ୍ନାରକୋଲ୍‌ରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଅନ୍ୟୁନ ୭ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି। ମୃତକଙ୍କ ମଧ୍ୟରେ କାରଖାନାର ମାଲିକ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

କାରଖାନାଟି ଲାଇସେନ୍ସପ୍ରାପ୍ତ ବୋଲି କୁଡାଲୋର ପୁଲିସ ମୁଖ୍ୟ ଶ୍ରୀ ଅଭିନବ କହିଛନ୍ତି। ଦୁର୍ଘଟଣା ପରେ ପୁଲିସ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି। କାରଖାନାରେ ଅନୁମୋଦିତ ବିସ୍ଫୋରକ ବ୍ୟବହୃତ ହେଉଥିଲା କି ବେଆଇନ ବିସ୍ଫୋରକ ମହଜୁଦ ଥିଲା ସେ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ସେହିପରି କାରଖାନାରେ କେବଳ ବାଣ ତିଆରି ହେଉଥିଲା ନା ଦେଶୀ ବୋମା ତିଆରି ହେଉଥିଲା ସେ ବିଷୟରେ ମଧ୍ୟ ଅନୁଧ୍ୟାନ ଚାଲିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର କୋଭିଡ଼ କଟକଣା ଉଠାଇଦେବା ପରେ ତାମିଲନାଡ଼ୁ ସରକାର ମଧ୍ୟ ସବୁ କାରଖାନାରେ ଶତ ପ୍ରତିଶତ ଶ୍ରମିକ ନିୟୋଜନକୁ ଅନୁମତି ପ୍ରଦାନ କରିଛନ୍ତି। ବିସ୍ଫୋରଣ ସମୟରେ ଶ୍ରମିକମାନେ ହିଁ କାରଖାନାରେ କାମ କରୁଥିଲେ। ବିସ୍ଫୋରଣ ଯୋଗୁଁ କାରଖାନା କୋଠାଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ମୃତଦେହଗୁଡ଼ିକ ନିକଟରେ ଏଣେତେଣେ ପଡ଼ିଥିବା ଦେଖାଯାଇଛି।

The post ବାଣ କାରଖାନାରେ ବିସ୍ଫୋରଣ, ୭ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/354tqq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages