ଆବୁଧାବି: ପଡ଼ିଆରେ ବିନା ଦର୍ଶକରେ ଟି-ଟ୍ୱେଣ୍ଟିର ମେଗା ମୁକାବିଲା। ଟେଲିଭିଜନ ପରଦରେ ମିଳିବ ଫଟାପଟ୍ କ୍ରିକେଟର ମଜା। ଇଣ୍ଡିଆ ନୁହେଁ ୟୁଏଇରୁ ଆସିବ ଆଇପିଏଲର ରୋମାଞ୍ଚକର ରେଜଲ୍ଟ। ୫୩ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଦିନ ରହିଛି ଡବଲ୍ ମ୍ୟାଚ୍। ଗର୍ଜିବେ ଗେଲ୍. ବର୍ଷିବ ବଟଲରଙ୍କ ବ୍ୟାଟ୍ ଆଉ ବୋଲରଙ୍କୁ ଧୂଲେଇ କରିବେ ବିଧ୍ୱଂସୀ ୱାର୍ଣ୍ଣର୍। ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିବାକୁ ଅନାଇ ବସିଛନ୍ତି ଭୟଙ୍କର ରସେଲ୍ ଓ ଷ୍ଟାଇଲିଶ୍ ପାଣ୍ଡ୍ୟା।
ବୁମ୍ରାଙ୍କ ଡେଥ୍ ଓଭର୍ ସହ ଧୋନିଙ୍କ ମାଇଣ୍ଡ ଗେମ୍ ପୁଣି ବିରାଟଙ୍କ ଆଗ୍ରେସନ୍ ଆଉ ରୋହିତଙ୍କ ଅନ୍ଦାଜରେ ରୋମାଞ୍ଚିତ ହେବେ ସାରା ବିଶ୍ୱର କ୍ରିକେଟ୍ ଫ୍ୟାନ୍। କୁହାଯାଉଛି ଏଥର କାଗଜ କଲମରେ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ଭାବେ ଛିଡ଼ା ହୋଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନସ। ବାମହାତୀ କ୍ୱିଣ୍ଟନ୍ ଡି କକଙ୍କ ସହ କାରିବୀୟନ୍ କାଇରନ୍ ପୋଲାର୍ଡ, ପାଣ୍ଡ୍ୟା ବ୍ରଦର୍ସ, ବୁମ୍ରାଙ୍କ ସହ ନିଜେ କ୍ୟାପଟେନ୍ ରୋହିତ୍ ଦଳକୁ ବିଜୟ ମଙ୍ଗ ସଜାଡ଼ିବେ। ତେବେ ଉଦଘାଟନୀ ମ୍ୟାଚରେ ଏହି ଡିଫେଣ୍ଡିଂ ଚାମ୍ପିଅନକୁ ମାତ୍ ଦେବାର ଯୋଜନା ରଖିଛି ଅଭିଜ୍ଞ ଓ ଆଇପିଏଲର ସବୁଠୁ ସଫଳ ଚେନ୍ନାଇ ସୁପର କିଙ୍ଗସ। କ୍ୟାପଟେନ୍ କୁଲ ହିଁ ସିଏସକେର ସବୁଠୁ ଦାମୀ ସମ୍ପତ୍ତି। ତେବେ ସୁରେଶ ରୈନା ଓ ହରଭଜନ ସିଂହଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। କିନ୍ତୁ ଏହି ଅଭାବକୁ ପୂରଣ କରିବା ପାଇଁ ଅଭିଜ୍ଞ ଫାଫ୍ ଡ୍ୟୁପ୍ଲେସିସ୍, ଶେନ୍ ୱାଟସନ୍, ଅମ୍ବାତି ରାୟୁଡୁ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା ଓ ଡ୍ୱେନ୍ ବ୍ରାଭୋ ସବୁ କିଛି ବାଜିରେ ଲଗାଇବେ। କେବେବି ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇ ନଥିବା ସିଏସକେ ତିନିଥର ଚାମ୍ପିଅନ୍ ହୋଇଥିବା ବେଳେ ପାଞ୍ଚଥର ରନର୍ସଅପ ଟ୍ରଫି ହାସଲ କରିଛି।
ଏହି ଦୁଇ ଦଳଙ୍କ ବ୍ୟତୀତ ରୟାଲ୍ ଚ୍ୟାଲେଞ୍ଜର ବାଙ୍ଗାଲୋର୍ ପାଖରେ ଅଛନ୍ତି ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି ଓ ଏବି ଡି’ଭିଲିୟର୍ସ। ତେବେ ଡେଥ୍ ଓଭର୍ ବୋଲିଂ ଟିମର ସବୁଠାରୁ ବଡ଼ ସମସ୍ୟା। ତେବେ ଉମେଶ ଯାଦବ, ନଭଦୀପ ସାଇନି ଓ ମହମ୍ମଦ ସିରାଜଙ୍କ ଅଭିଜ୍ଞ ଡେଲ୍ ଷ୍ଟେନ୍ ଏହି ଭୂମିକା ତୁଲାଇବେ। ତେବେ ସବୁରି ନଜର ରହିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଉପରେ। କେଏଲ୍ ରାହୁଲ୍ ଓ କ୍ରିସ୍ ଗେଲଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ୍ ଦଳକୁ ଫ୍ଲାଇଂ ଷ୍ଟାର୍ଟ ଦେବାକୁ ଲକ୍ଷ୍ୟ ରଖିବେ। ଆଉ ସ୍ଲଗ୍ ଓଭରେ ଗ୍ଲେନ୍ ମ୍ୟାକ୍ସୱେଲ ଓ ଇଣ୍ଡିଜ୍ ସେନସେସନ୍ ନିକୋଲାସ୍ ପୁରନ ପ୍ରତିପକ୍ଷଙ୍କ ଆହ୍ୱାନ ସୃଷ୍ଟି କରିବେ। ମୁଖ୍ୟତଃ ମହମ୍ମଦ ଶାମି ଓ ଆଫଗାନୀ ସ୍ପିନର ମୁଜୀବ୍-ଉର୍-ରେହମାନ ଦଳର ବୋଲିଂ ଭାର ସମ୍ଭାଳିବେ।
#ଏଥର_ଜିତିବ_କିଏ? ବୁମ୍ରାଙ୍କ ଡେଥ୍ ଓଭର୍ ସହ ଧୋନିଙ୍କ ମାଇଣ୍ଡ ଗେମ୍, ପୁଣି ବିରାଟଙ୍କ ଆଗ୍ରେସନ୍ ଆଉ ରୋହିତଙ୍କ ଅନ୍ଦାଜରେ ରୋମାଞ୍ଚିତ ହେବେ ସାରା ବିଶ୍ୱର କ୍ରିକେଟ୍ ଫ୍ୟାନ୍। କୋଭିଡ୍ କଟକଣା ଭିତରେ ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ‘ଆଇପିଏଲ’। #IPL2020 #Dream11IPL #MIvCSK
Odisha Reporter यांनी वर पोस्ट केले शुक्रवार, १८ सप्टेंबर, २०२०
ସେପଟେ ଟି-ଟ୍ୱେଣ୍ଟି କ୍ରିକେଟର ସବୁଠାରୁ ଦୁର୍ଦର୍ଷ ଖେଳାଳି ଆନ୍ଦ୍ରେ ରସେଲ୍ କୋଲକାତା ନାଇଟ ରାଇଡର୍ସର ମୁଖ୍ୟ ଅସ୍ତ୍ର। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଷ୍ଟ୍ରାଇକରେଟ୍ ବି ପ୍ରତିପକ୍ଷଙ୍କ ଚିନ୍ତା ବଢ଼ାଇବ। ମଧ୍ୟକ୍ରମରେ ଟିମରେ ଇଆନ୍ ମୋର୍ଗାନ୍ ଓ ୟଙ୍ଗ୍ ଇଣ୍ଡିଆ ସେନସେସନ୍ ଶୁଭମାନ୍ ଗିଲ୍ ଦଳର ବ୍ୟାଟିଂ ଶକ୍ତିକୁ ଶାଣିତ କରିଛନ୍ତି। ଆଉ ପ୍ୟାଟ୍ କମିନ୍ସ ଓ ସୁନାଲ୍ ନାରିନ ଦଳର ବୋଲିଂ ଅଭିଯାନର ନେତୃତ୍ୱ ନେବେ। ଏପଟେ ଡେଭିଡ୍ ୱାର୍ଣ୍ଣର ଏବଂ ଜନ୍ନି ବେୟାରଷ୍ଟୋଙ୍କୁ ଗଠିତ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ଯୋଡ଼ି ଯେ କୌଣସି ବୋଲିଂ ବାହିନୀକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ମାହିର୍। ଭୁବନେଶ୍ୱର କୁମାର, ଆଫଗାନ୍ ଅଲରାଉଣ୍ଡର ରସିଦ୍ ଖାନ୍, ମହମ୍ମଦ ନବୀ ଓ ଅଷ୍ଚ୍ରେଲୀୟ ମିଚେଲ୍ ମାର୍ଶ ଦଳର ବୋଲିଂ ଶକ୍ତି।
ଏଥର ଆପିଏଲ ସିଜିନରେ ରାଜସ୍ଥାନ୍ ରୟାଲସକୁ କୁହାଯାଉଛି ଡାର୍କ ହର୍ସ। ଷ୍ଟିଭ୍ ସ୍ମିଥଙ୍କ ଅଧିନାୟକତ୍ୱରେ ଜୋସ୍ ବଟଲର, ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍ ଫ୍ୟାନଙ୍କ ନଜର ନିହାତି ରହିବ। ସେହିପରି ଦିଲ୍ଲୀ କ୍ୟାପିଟାଲସର ଯୁବ ଅଧିନାୟକ ଶ୍ରେୟସ୍ ଆୟରଙ୍କ ସହ ଭେଟେରାନ୍ ଈଶାନ୍ତ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଆଜିଙ୍କ୍ୟ ରାହାଣେ, ଶିଖର ଧୱନ୍ ଏବଂ ଦୁଇ ଯୁବ ପ୍ରତିଭା ପୃଥ୍ବୀ ଶ’ ଓ ଋଷଭ ପନ୍ତ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
କୋଭିଡ୍ କଟକଣା ପାଇଁ ଏଥର ଖେଳାଳିମାନେ ବଲରେ ଲାଳ ଲଗାଇବେ ନାହିଁ। ଟସ୍ ପରେ ଦୁଇ ଟିମର କ୍ୟାପଟେନ୍ ପରସ୍ପର ସହ ହାତ ମିଳାଇବେ ନାହିଁ। ଏହା ସହ ପ୍ରଥମଥର ପାଇଁ ବୋଲରଙ୍କ ଫ୍ରଣ୍ଟ ଫୁଟ୍ ନୋ’ ବଲ୍ ଫିଲ୍ଡ ଅମ୍ପାୟାରଙ୍କ ବଦଳରେ ଥାର୍ଡ ଅମ୍ପାୟାର ଦେଖିବେ। ସନ୍ଧ୍ୟା ୭.୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ। ଯେଉଁଦିନ ଦୁଇଟି ମ୍ୟାଚ୍ ଥିବ, ସେଦିନ ପ୍ରଥମ ମ୍ୟାଚ୍ ସାଢ଼େ ୩ଟାରେ ଏବଂ ଦ୍ୱିତୀୟ ମ୍ୟାଚ୍ ରାତି ସାଢ଼େ ସାତଟାରେ ଆରମ୍ଭ ହେବ।
The post ଏଥର ଆଇପିଏଲରେ କେଉଁ ଟିମ୍ର କେତେ ଦମ୍? appeared first on Odisha Reporter.
from Odisha Reporter https://ift.tt/2EkxDeg
No comments:
Post a Comment