ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର (ସେପ୍ଟେମ୍ବର ୧୭ ତାରିଖ) ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ସେହିଦିନ ସେ ୭୦ ବର୍ଷରେ ପାଦ ଥାପିଥିଲେ। ଆଉ ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି ତାଙ୍କୁ ଶୁଭକାମନା ଜଣାଇଥିଲେ।

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେ ବିରାଟଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ତାଙ୍କୁ ଓ ଅନୁଷ୍କା ଶର୍ମାଙ୍କୁ ଅଭିନନ୍ଦନ ଜଣାଇଥିଲେ। କାରଣ ସେମାନେ ବାପାମା’ ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଖିଥିଲେ ଯେ ସେ ନିଶ୍ଚିତ ଯେ ସେମାନେ ଖୁବ୍ ବଢ଼ିଆ ବାପାମା’ ହେବେ।


ଏଭଳି ଟ୍ୱିଟ୍ ପାଇଁ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ତା’ସହିତ ସେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ ବୋଲି କାମନା କରିଥିଲେ। ସେହିପରି ବିରାଟ କୋହଲି ମଧ୍ୟ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ବିରାଟ କୋହଲି ଓ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ବାହା ହୋଇଥିଲେ। ଇଟାଲୀରେ ସେମାନଙ୍କ ବାହାଘର ହୋଇଥିଲା। ଗତ ଅଗଷ୍ଟ ମାସରେ ଅନୁଷ୍କା ଗର୍ଭବତୀ ଥିବା ଜଣାପଡ଼ିଥିଲା। ବିରାଟ ଓ ସେ ବାପାମା’ ହେବାକୁ ଯାଉଥିବା କଥା ସୋଶାଲ୍ ମିଡିଆରେ ଶେଆର କରିଥିଲେ। ଆସନ୍ତା ବର୍ଷ ଜାନୁଆରୀ ମାସରେ ସେମାନେ ଦୁଇରୁ ତିନି ହେବେ ବୋଲି ଜଣାଇଥିଲେ।

The post ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3cdKnzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages