ମାଡ଼ ମାରିବା ମହଙ୍ଗା ପଡ଼ିଲା, ପରିବାର ସହ ଗିରଫ ହେଲେ ଘର ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ମାଡ଼ ମାରିବା ମହଙ୍ଗା ପଡ଼ିଲା, ପରିବାର ସହ ଗିରଫ ହେଲେ ଘର ମାଲିକ

ସୁନ୍ଦରଗଡ଼ (ବିଜୟ ବରୁଆ): ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ପରିବାର ସହ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍ । । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ ।

ସୂଚନାଯୋଗ୍ୟ,ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ ଜଣେ ଘର ମାଲିକ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଅସମର୍ଥ ହେବା ପରେ ଘର ମାଲିକ ତାଙ୍କ ଘରକୁ ତାଲା ପକାଇ ଦେଇଥିଲେ। ଏନେଇ ଟାଉନ୍ ଥାନାରେ ଗୁରୁବାର ଅଭିଯୋଗ ହେବା ପରେ ପୁଲିସ୍ ସମେତ ସହକାରୀ ଜିଲ୍ଲାପାଳ ସାରିକା ଧମେଲ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ତେବେ ଘର ମାଲିକ ଇନ୍ଦ୍ରମଣୀ ଖୁଣ୍ଟିଆଓ ତାଙ୍କ ସ୍ତ୍ରୀ, ଝିଅ ସହକାରୀ ଜିଲ୍ଲାପାଳଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ସହ ଗତକାଲି ଇନ୍ଦ୍ରମଣୀ, ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

The post ମାଡ଼ ମାରିବା ମହଙ୍ଗା ପଡ଼ିଲା, ପରିବାର ସହ ଗିରଫ ହେଲେ ଘର ମାଲିକ appeared first on Odisha Reporter.



from Odisha Reporter https://ift.tt/2RZQVIX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages