ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଛି। କିନ୍ତୁ ତା’ଭିତରେ ମାନବିକତାର ପରିଚୟ ଦେଇଛନ୍ତି ଭାରତୀୟ ଯବାନ। ସିକ୍କିମରେ ଫସିଥିବା ଚୀନ୍ର ୩ ନାଗରିକଙ୍କୁ ସେମାନେ ଉଦ୍ଧାର କରିଛନ୍ତି। ସେହି ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।
ଏହି ତିନି ଚୀନ ନାଗରିକ ରାସ୍ତା ଭୁଲି ସିକ୍କିମର ପଠାର ଅଞ୍ଚଳରେ ପ୍ରାୟ ୧୭,୫୦୦ ଫୁଟ୍ ଉଚ୍ଚରେ ଫସି ଯାଇଥିଲେ। ସେମାନେ ଅସୁବିଧାରେ ଥିବା ବେଳେ ଭାରତୀୟ ଯବାନମାନେ ସେମାନଙ୍କୁ ବଢ଼ାଇଥିଲେ ସହାୟତାର ହାତ। ଶୂନରୁ ବି କମ୍ ତାପମାତ୍ରା ଯୋଗୁ ସେମାନଙ୍କ ଜୀବନପ୍ରତି ବିପଦ ଆସିଯାଇଥିଲା। କିନ୍ତୁ ଭାରତୀୟ ଯବାନମାନେ ଠିକ୍ ସମୟରେ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ପାଇଁ ଅକ୍ସିଜେନ୍ର ବ୍ୟବସ୍ଥା କରିଥିଲେ। ତା’ସହିତ ସେମାନଙ୍କୁ ଗରମ ପୋଷାକ ପିନ୍ଧିବାକୁ ଦେଇଥିଲେ ଓ ଖାଇବାକୁ ବି ଦେଇଥିଲେ।
କେବଳ ଏତିକି ନୁହେଁ, ସେହି ୩ ଚୀନ ନାଗରିକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ମଧ୍ୟ ସାହାଯ୍ୟ କରିଥିଲେ ଭାରତୀୟ ସେନର ଯବାନମାନେ। ସେମାନଙ୍କୁ ସଠିକ୍ ରାସ୍ତା ସଂପର୍କରେ ଯବାନମାନେ ସୂଚନା ଦେଇଥିଲେ। ସାହାଯ୍ୟ ପାଇ ୩ ଚୀନ ନାଗରିକ ଭାରତୀୟ ଯବାନଙ୍କୁ କୃତଜ୍ଞତା ଜଣାଇଥିଲେ।
The post ମାନବିକତା ଦେଖାଇଲେ ଭାରତୀୟ ଯବାନ; ୩ ଚୀନ ନାଗରିକଙ୍କୁ ଉଦ୍ଧାର କଲେ appeared first on Odisha Reporter.
from Odisha Reporter https://ift.tt/3buXTif
No comments:
Post a Comment