ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ବନହରପାଲିରେ ଥିବା ଓପିଜିସି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଘଟିଛି ଅଘଟଣ। ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୩ ନମ୍ବର ୟୁନିଟରେ ଆଶ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟର ହପର ଖସି ପଡ଼ିବାରୁ ତଳେ କାମ କରୁଥିବା ୪ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଦେହରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି।
ସମସ୍ତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
The post ଓପିଜିସି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଅଘଟଣ appeared first on Odisha Reporter.
from Odisha Reporter https://ift.tt/2FcB9Hn
No comments:
Post a Comment