ସାର୍କ ବୈଠକ: ଭାରତର କୂଟନୀତି ଦେଖି କଶ୍ମୀର ନାଁ ନେଲେନି ପାକ୍ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ସାର୍କ ବୈଠକ: ଭାରତର କୂଟନୀତି ଦେଖି କଶ୍ମୀର ନାଁ ନେଲେନି ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ହେଲେ ନାଁ ଧରିନଥିଲେ କଶ୍ମୀରର। ଗୁରୁବାର ଭିଡିଓ କନଫରେନସିଂ ଜରିଆରେ ସାର୍କ (South Asian Association for Regional Cooperation) ଦେଶ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ସାର୍କ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତିନୋଟି ପ୍ରମୁଖ ଆହ୍ୱାନ କରିଥିଲେ। ‘ପଡୋଶୀ ପ୍ରଥମ’ ନୀତି, ଦକ୍ଷିଣ ଏସିଆରେ ଏକକୀରଣ ସୁରକ୍ଷା ଏବଂ ସମୃଦ୍ଧ ନେଇ ଭାରତର ପ୍ରତିବଦ୍ଧତା ଏବଂ କରୋନା ମହାମାରୀର ମୁକାବିଲା ପାଇଁ ସାର୍କ ପାଣ୍ଠି ଗଠନ ଉପରେ ସେ ମତ ରଖିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସାର୍କ ବୈଠକରେ ଭାରତ ପାକିସ୍ତାନ ସହ ଆତଙ୍କବାଦ ପ୍ରସଙ୍ଗ ଉଠାଇଛି। ଏଥି ସହିତ ଏସ୍ ଜୟଶଙ୍କର ମଧ୍ୟ କହିଛନ୍ତି ଯେ ଆତଙ୍କବାଦ, ବାଣିଜ୍ୟିକ ପ୍ରତିବନ୍ଧକ, ଦେଶ ଦେଶ ମଧ୍ୟରେ ଥିବା ସଂପର୍କର ବ୍ୟାଘାତ ସମାଧାନ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଭାରତ ବିଷୟରେ ଭୁଲ ଧାରଣା ପ୍ରଚାର କରି ପାକିସ୍ତାନ ଅନ୍ୟ ଏକ ପ୍ଲାଟଫର୍ମର ଅପବ୍ୟବହାର କରିଛି। ଜମ୍ମୁ କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଓ ରହିବ। ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପାକିସ୍ତାନର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ।

ଆତଙ୍କବାଦ ତଥା ଏହାର ପ୍ରାୟୋଜକମାନଙ୍କୁ ମୁକାବିଲା କରିବା ପାଇଁ ଭାରତ ସମସ୍ତଙ୍କୁ ସାମୂହିକ ଉଦ୍ୟମ କରିବାକୁ ଆହ୍ୱାନ କରୁଛି। ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ପାଇଁ ଭାରତର ସମର୍ଥନ ସୁନିଶ୍ଚିତ। ଭାରତ ଜାତୀୟ ସାର୍ବଭୈମତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରେ ଏବଂ ଗଣତାନ୍ତ୍ରିକ ପ୍ରଗତି ମଧ୍ୟ ରକ୍ଷା କରେ। ଏହି ବୈଠକରେ ଭାରତ, ଚୀନ୍, ପାକିସ୍ଥାନ, ଇରାନ, ଆଫଗାନିସ୍ତାନ, ବାଂଲାଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ତାଙ୍କ ଭାଷଣରେ କଶ୍ମୀର ବିଷୟରେ କିଛି କହିନଥିଲେ। ଏମିତିକି ପାକିସ୍ତାନ ନିଜର ମାନଚିତ୍ର ମଧ୍ୟ ଏଠାରେ ଉପସ୍ଥାପନ କରିନଥିଲା। ପାକିସ୍ତାନର ଏହି ପରିବର୍ତ୍ତିତ ସ୍ୱରକୁ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଚାଲିଛି।

କୁରେଶି ତାଙ୍କ ଅଭିଭାଷଣରେ ଜାତିସଂଘର ଚାର୍ଟର ଏବଂ ସଂକଳ୍ପ କାର୍ଯ୍ୟକାରୀ କରିବା ବିଷୟରେ କହିଥିଲେ। ବିବାଦୀୟ ଅଞ୍ଚଳର ଏକପାଖିଆ ପରିବର୍ତ୍ତନକୁ ନିନ୍ଦା କରିବା ସହିତ ସେ ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ, କିନ୍ତୁ ଭାଷଣରେ କଶ୍ମୀର ଶବ୍ଦକୁ ଥରେ ବି ଉଲ୍ଲେଖ କରିନାହାଁନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ଜମ୍ମୁ କଶ୍ମୀରର ଉରି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସଲାମାବାଦ (ପାକିସ୍ଥାନ) ରେ ପ୍ରସ୍ତାବିତ ସାର୍କର ୧୯ ତମ ସମ୍ମିଳନୀ ବାତିଲ କରାଯାଇଥିଲା। ଏହାର ଦୀର୍ଘ ଚାରି ବର୍ଷ ପରେ ଏହି ବୈଠକ ହୋଇଛି।

୮ ଡିସେମ୍ବର ୧୯୮୫ ରେ ବାଂଲାଦେଶର ରାଜଧାନୀ ଢ଼ାକାରେ ସାର୍କ ପ୍ରତିଷ୍ଠା କରାଯାଇଥିଲା। ସାର୍କ ପ୍ରତିଷ୍ଠା ସମୟରେ ଏହି ଅଞ୍ଚଳର ୭ ଟି ଦେଶ (ଭାରତ, ପାକିସ୍ଥାନ, ବାଂଲାଦେଶ, ନେପାଳ, ଭୁଟାନ, ମାଲଦ୍ୱୀପ ଏବଂ ଶ୍ରୀଲଙ୍କା) ଥିଲା। କିନ୍ତୁ ୨୦୦୭ ରେ ଆଫଗାନିସ୍ତାନ ମଧ୍ୟ ଏହି ସଂଗଠନରେ ଅନ୍ତର୍ଭୁକ୍ତ ହୋଇଥିଲା।

The post ସାର୍କ ବୈଠକ: ଭାରତର କୂଟନୀତି ଦେଖି କଶ୍ମୀର ନାଁ ନେଲେନି ପାକ୍ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3j44piD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages