ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଜେରା କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ମୁମ୍ବାଇସ୍ଥିତ ଏନସିବି ଅଫିସରେ ତାଙ୍କୁ ଜେରା କରାଯାଉଛି। ରିୟା ଓ ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଏନସିବିର ଟିମ୍ ରକୁଲଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ, ପାଓ୍ବନା ଡ୍ୟାମରେ ଡ୍ରଗ୍ସ ପାର୍ଟି ଓ ଏଥିରେ ଅନ୍ୟ କିଏ କିଏ ସମ୍ପୃକ୍ତ ସେ ନେଇ ମଧ୍ୟ ତାଙ୍କୁ ପ୍ରଶ୍ନ ହୋଇପାରେ। ରିୟାଙ୍କୁ ଏନସିବି ଜେରା କରୁଥିବା ବେଳେ ସେ ରକୁଲ ପ୍ରୀତ, ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନଙ୍କ ନାଁ କହିଥିଲେ। ସେହି ଆଧାରରେ ଡ୍ରଗ୍ସ ଗୁମରର ଖୋଳତାଡ଼ କରିବାକୁ ରକୁଲଙ୍କୁ ଏନସିବି ସମନ କରିଥିଲା। ଗତକାଲି ସେ ଏନସିବି ନିକଟରେ ହାଜର ହେବାର ଥିଲା। ହେଲେ ସେ ସମନ ପାଇ ନଥିବା କହିଥିଲେ। ପରେ ଏନସିବି ପୁଣି ସମନ କରିବା ପରେ ଆଜି ସେ ହାଜର ହୋଇଛନ୍ତି। ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରୁଛନ୍ତି ବଲିଉଡର ଏହି ଟପ୍ ହିରୋଇନ୍।
ସେପଟେ ବର୍ତ୍ତମାନ ସୁଦ୍ଧା ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଥିବା ସବୁଠାରୁ ବଡ଼ ନାଁ ହେଉଛି ଦୀପିକା ପାଦୁକୋନ୍। ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ମଧ୍ୟ ଏନସିବି ନୋଟିସ କରିଥିଲା। ତେବେ କରିସ୍ମା ଏନସିବି ଗେଷ୍ଟ ହାଉସରେ ପହଞ୍ଚିସାରିଛନ୍ତି। ରକୁଲଙ୍କ ପରେ ତାଙ୍କୁ ପଚରାଉଚରା କରାଯିବ। ଦୀପିକା ଓ କରିସ୍ମାଙ୍କ ହ୍ୱାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଛି। ଦୀପିକା ସେଥିରେ କରିସ୍ମାଙ୍କୁ ଡ୍ରଗ୍ସ ମାଗିଛନ୍ତି। ତେଣୁ ଆଜି କରିସ୍ମାଙ୍କ ବୟାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବୟାନ ଦୀପିକାଙ୍କ ଅଡ଼ୁଆ ବଢ଼ାଇଦେଇପାରେ।
ଦୀପିକା ତାଙ୍କୁ କାହିଁକି ଡ୍ରଗ୍ସ ମାଗୁଥିଲେ ? ଦୀପିକାଙ୍କୁ ସେ କେତେ ଥର ଡ୍ରଗ୍ସ ଦେଇଥିଲେ ? ଏସବୁ ଦିଗକୁ ନେଇ ଏନସିବି କରିସ୍ମାଙ୍କୁ ଜେରା କରିବ। ଗତକାଲି ଫ୍ୟାଶନ୍ ଡିଜାଇନର ସିମୋନ୍ ଖମ୍ବାଟା ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଡ୍ରଗ୍ସ ଲିଙ୍କ୍ ମାମଲାରେ ଜେରା କରାଯାଇଛି।
ସୂଚନାଯୋଗ୍ୟ, ଶନିବାର ଦୀପିକାଙ୍କ ସହ ସାରା ଓ ଶ୍ରଦ୍ଧା ମଧ୍ୟ ଏନସିବିର କଡ଼ା ପ୍ରଶ୍ନକୁ ସାମ୍ନା କରିବେ।
The post ରକୁଲଙ୍କୁ ଜେରା, କରିସ୍ମା ବି ହାଜର appeared first on Odisha Reporter.
from Odisha Reporter https://ift.tt/2S0VORS
No comments:
Post a Comment