‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପାକିସ୍ତାନ ଅଧିକୃତ କଶ୍ନୀରର ନେତା ଅମଜାଦ୍ ଆୟୁବ ମିର୍ଜା। ପିଓକେରେ ଆୟୁବ ହେଉଛନ୍ତି ଜଣେ ବଡ଼ ରାଜନୀତିକ ବ୍ୟକ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେବା ଅବସରରେ ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପିଓକେ ବାସୀଙ୍କ ଆଶା ସଞ୍ଚାର ହୋଇଛି। ଭାରତରେ ସାମିଲ୍ ହେବା ପାଇଁ ପିଓକେ ବାସୀ ଇଚ୍ଛୁକ। ପାକିସ୍ତାନ ବିରୋଧରେ ମୋଦିଙ୍କ ଗୋଟିଏ ପରେ ଗୋଟିଏ ରଣନୀତି ସଫଳ ହେଉଛି। ଏହା ଦେଖିବା ପରେ ପିଓକେ ବାସୀଙ୍କ ଚିନ୍ତାଧାରା ବଦଳିଛି ବୋଲି ସେ କହିଛନ୍ତି।

ଅମଜାଦ ଆୟୁବ ମିର୍ଜା କହିଛନ୍ତି ଯେ ଭାରତରେ ସାମିଲ ହେବା ପିଓକେ ବାସୀଙ୍କ ପୁରୁଣା ଇଚ୍ଛା। ଦୀର୍ଘ ଦିନ ଧରି ପରିସ୍ଥିତିରେ ପଡ଼ି ପିଓକେ ବାସୀ ନିଜ ଇଚ୍ଛାକୁ ଚାପି ରଖିଥିଲେ। ହେଲେ ଜମ୍ମୁ କଶ୍ମୀରରୁ ଧାରା 370 ହଟିବା ପରେ ପିଓକେ ବାସୀ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚୀନ୍ ସହିତ ଭାରତର ବିବାଦ ଚାଲିଛି। ଲଦାଖକୁ ନେଇ ଯେଉଁ ବିବାଦ ଉପୁୁଜିଛି ଆଗାମୀ ଦିନରେ ପିଓକେ ବାସୀ ଭାରତକୁ ସମର୍ଥନ କରି ଚୀନ୍ ବିରୋଧରେ ଆନ୍ଦୋଳନ କରିବେ ବୋଲି ଅମଜାଦ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମିିଳିତ ଜାତିସଂଘର ସଭାରେ ପିଓକେକୁ ଛାଡ଼ିବା ପାଇଁ ଭାରତ ପାକିସ୍ତାନକୁ ଚେତାବନୀ ଦେଇସାରିଛି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ କହିସାରିଛନ୍ତି ଖବୁଶୀଘ୍ର ଭାରତ ପିଓକେକୁ ନିଜ ଅକ୍ତିଆରକୁ ଆଣିବ।

The post ‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’ appeared first on Odisha Reporter.



from Odisha Reporter https://ift.tt/3kU0RQy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages